ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରୁ ୩ କିଲୋମିଟର ଦୂର ମାରବାଇଗୁଡା ଛକ ନିକଟରେ ଶନିବାର ମଧ୍ୟାହ୍ନରେ ଏକ କାଠ ବୋଝେଇ ଟ୍ରକ ସ୍କୁଲ ବସର ପଛପଟେ ଧକ୍କା ଦେଇ ଜାତୀୟ ରାଜପଥ କଡରେ ଓଲଟି ପଡିଥିଲାା ଟ୍ରକ (ଓଆର୍‌ ୧୦ଏ ୨୧୧୨) ବୋରିଗୁମ୍ମା ରୁ ରାୟଗଡା ଜିଲ୍ଲା ଜେକେ କାଗଜକଳକୁ ନିଳଗିରି କାଠ ବୋଝେଇ କରି ଆସୁଥିବା ବେଳେ ଲକ୍ଷ୍ମୀପୁର ନିକଟସ୍ତ ଡିଡି ଘାଟିର ଡାଉନ୍‌ ଓଲ୍ଲାଇବା ସମୟରେ ବ୍ରେକ୍‌ ଫେଲ ହେବା କାରଣରୁ ମାରବାଇ ଗୁଡା ଛକ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲାା ସୌଭାଗ୍ୟ ବସତଃଏକ ସ୍କୁଲ ବସଟି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରକୁ ଛାଡି ଫେରୁଥିବା ବେଳେ ସ୍କୁଲ ବସର ପଛପଟେ ଟ୍ରକ୍‌ ଟି ଧକ୍କାଦେଇଥିଲା ଓ ଏଥିରେ ବସର ଅନେକ କ୍ଷତି ହୋଇଥିବା ବେଳେ ଜାତୀୟ ରାଜପଥ କଡରେ ରହିଥିବା ଏକ କମାଣ୍ଡର ଉପରେ ମଧ୍ୟ କାଠ ଗୁଡିକ ଲଦି ହୋଇଯାଇଥିଲା।

Advertisment

କମାଣ୍ଡରରେ ପ୍ରାୟ ୧୦ଜଣ ପାସେଞ୍ଜର ଥିଲେ। ଗାଡି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ଯାତ୍ରୀ କିଛି ଅସୁବିଧା ହୋଇନଥିଲାା ଟ୍ରକ ଡ୍ରାଇଭର ସାମାନ୍ୟ ଆହତ ହୋଇ ଲକ୍ଷ୍ମୀପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଥିଲାା କିଛି ସମୟ ପାଇଁ କାଠ ଗୁଡିକ ଜାତୀୟ ରାଜପଥ ଉପରେ ପଡିରହିଥିବା ବେଳେ ଉକ୍ତ ରାସ୍ତାଦେଇ ଯିବା ଆସିବା ଗାଡି ଗୁଡିକର ପାସେଞ୍ଜର ଓ ସେହି ଅଞ୍ଚଳର ଲୋକେ ମିଶି କାଠ ଗୁଡିକ ସାଇଡ୍‌ କରିଦେବା ପରେ ଗାଡି ଗୁଡିକ ସ୍ୱଭାବିକ ଭାବେ ଯିବା ଆସିବା କରିଥିଲାା