ଗୁପ୍ତେଶ୍ୱର ବନାଞ୍ଚଳ ବିଭାଗ ଦ୍ଵାରା ଟ୍ରାକ୍ଟର ସହ ପିଆଶାଳ କାଠ ଜବତ, ଜଣେ ଗିରଫ

ବୈପାରିଗୁଡା: ଗୁପ୍ତେଶ୍ୱର ବନାଞ୍ଚଳକୁ ବଡ଼ ସଫଳତା ମିଳିଛି। ଗତକାଲି ସନ୍ଧ୍ୟା ସାଢ଼େ ସାତଟା ବେଳକୁ ଗୁପ୍ତେଶ୍ୱର ବନାଞ୍ଚଳ ବିଭାଗର ବନପାଳ ମନୋଜ କୁମାର ମହାପାତ୍ର ଏବଂ ପାରା କର୍ମଚାରୀମାନେ ହଳଦିକୁଣ୍ଡ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ହଳଦିକୁଣ୍ଡର ଚଢେଇପାଣି ରାସ୍ତାରେ ଏକ ଓଡି ୧୦ ୯୫୯୨ ନମ୍ବର ବିଶିଷ୍ଟ ଟ୍ରାକ୍ଟର ରେ ୫୫ଟି ପିଆଶାଳ ପଟ୍ଟା ଚୋରା ଚାଲାଣ କରାଯାଉଥିବା ବେଳେ ବନବିଭାଗ ଦ୍ୱାରା ଜବତ କରାଯାଇଛି।

ହଳଦିକୁଣ୍ଡର ବଂଶୀଧର ସାମନ୍ତରାୟ ନାମକ ବ୍ୟକ୍ତି ହଳଦିକୁଣ୍ଡ ଜଙ୍ଗଲରୁ ପିଆଶାଳ ଗଛ କାଟି ପଟ୍ଟା ତିଆରି କରିବା ସହ ଅନ୍ୟ ଜିଲ୍ଲାକୁ ଚୋରା ଚାଲାଣ ଅଭିଯୋଗରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ବର ଖଣ୍ଡେଇ ପ୍ରକାଶ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୨୦ ଜଣ କାଠ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ ଶ୍ରୀ ଖଣ୍ଡେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର