ରାଇଘର: ରାଇଘର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ରାଇଘରର ନରେନ୍ଦ୍ର ସିଂ ରାଜପୁର(ନାରାୟଣ) ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ। ବିବାହ ପ୍ରଲୋଭନ ଦେଖାଇ ନାରାୟଣ ଗତ କିଛି ଦିନ ତଳେ ନାବାଳିକାକୁ ଉମରକୋଟ ବ୍ଲକର ବେହେଡା ଗ୍ରାମକୁ ନେଇଯାଇଥିଲା। ସେଠାରେ ୧୫ଦିନ ରଖିବା ପରେ ନାବାଳିକାକୁ ଧରି ନାରାୟଣ ଗାଁକୁ ଫେରିଥିଲେ। ତେବେ ନାବାଳିକା ଜଣକ ଅନ୍ୟ ସଂପ୍ରଦାୟର ହୋଇଥିବାରୁ ନାରାୟଣଙ୍କ ପରିବାର ଉଭୟଙ୍କୁ ଗ୍ରହଣ କରିନଥିଲେ।

Advertisment

ଏନେଇ ପରେ ଗାଁରେ ଏକ ବୈଠକ କରାଯାଇ ଘଟଣାର ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା। ନାବାଳିକାକୁ ନିଜ ପାଖରେ ନରଖିବା ପାଇଁ ନାରାୟଣ ମନା କରି ଦେଇବା ସହ ନାବାଳିକାକୁ ତାଙ୍କ ବାପ ଘରେ ଛାଡି ଦେଇ ଆସିଥିଲେ। ନାବାଳିକା ଜଣକ ପରିବାର ଲୋକଙ୍କୁ ସମସ୍ତ ବିଷୟରେ କହିଥିଲେ। ଏନେଇ ନାବାଳିକା ଜଣକ ରାଇଘର ଥାନାରେ ଏତଲା ଦେବା ପରେ ପୁଲିସ ନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଡିଏସ୍‌ପି ବିମଳକାନ୍ତ ବ୍ରହ୍ମା ଘଟଣାର ତଦନ୍ତ କରୁଛନ୍ତି।