ଝରିଗାଁ: ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ପଞ୍ଚାୟତର ଭିତରକରମରୀ ଗାଁରେ ପୋଖରୀରେ ବୁଡି ଜଣେ ଯୁବତୀଙ୍କ ମୁତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ହେଲେ ଭିତରକରମରୀ ଗ୍ରାମର ପ୍ରମିଳା ମାଝୀ (୨୧)। ସୂଚନା ଅନୁଯାୟୀ, ପ୍ରମିଳା ଓ ତାଙ୍କ ସାନ ଭଉଣୀ ଦୁହେଁ ମିଶି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳ ପ୍ରମିଳା ପାଣିରେ ବୁଡି ଯାଉଥିବା ଦେଖି ସାନ ଭଉଣୀ ପରିବାର ଲୋକଙ୍କୁ ଡାକିବା ପାଇଁ ଘରକୁ ଦୌଡି ଆସିଥିଲେ। ପରିବାର ଲୋକେ ପୋଖରୀ ନିକଟରେ ପହଞ୍ଚିବା ବେଳକୁ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ପ୍ରମିଳାଙ୍କ ମୃତ ଶରୀରକୁ ପାଣିରୁ ଉଦ୍ଧାର କରାଯାଇଥିଲା। ଏନେଇ ପିତା କାର୍ତ୍ତିକ ମାଝୀ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା ରୁଜୁ କରିବ ସହ ପୁଲିସ କର୍ମଚାରୀ ସୁବାସ ବେହରୋ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ପ୍ରମିଳାଙ୍କ ମୂର୍ଚ୍ଛା ରୋଗ ଥିବାରୁ ସେ ଗାଧୋଇବା ସମୟରେ ମୂର୍ଚ୍ଛା ହୋଇଯିବାରୁ ଏହିପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/07/jpr-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)