କୋରାପୁଟ: କୋରାପୁଟ ବସଷ୍ଟାଣ୍ଡରେ ଜଣେ ଯୁବକଙ୍କ ହଠାତ ମୃତ୍ୟୁ ହୋଇଛି। ତାଙ୍କ ନାମ କେଶବ ନାରାୟଣ ଦେ ଓରଫ ଆପ୍ପା ରାଓ (୩୨ବର୍ଷ)। ତାଙ୍କ ଘର ମାଲକାନ୍ଗିରି ଜିଲ୍ଲା ମାଥିଲିରେ ବୋଲି ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ କେଶବ ରାଓ ଏକ ଘରୋଇ ବସ୍ରେ ଚଢିଲା ବେଳକୁ ହଠାତ ଟଳି ପଡିଥିଲେ। ବସ୍ରେ ଥିବା ଅନ୍ୟ ଯାତ୍ରୀ ତାଙ୍କୁ ଟେକାଟେକି କରିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଜଣାପଡିଥିଲା। ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏପଟେ ମୃତକଙ୍କ ପରିବାର ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସ ଏଥିନେଇ ୧୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଥିବା ଏସଆଇ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp