ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଲମତାପୁଟ: ଆନ୍ଧ୍ର ପ୍ରଦେଶ ମୁଚିମପୁଟ ମଣ୍ଡଳର ଆଲଙ୍ଗପଡା ଗ୍ରାମର ଭୀମ କିର୍ଷାନୀ(୧୮) ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ଫ୍ୟାନ୍‌ରେ ଶାଢୀରେ ଫାଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଲମତାପୁଟ ସ୍ଥିତ ଆଶାକିରଣ ହସପିଟାଲରେ ଭର୍ତି କରାଯାଇଥିଲା। ତେବେ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏନେଇ ଲମତାପୁଟ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ ମୃତ ଭୀମ ମାନସିକ ବିକୃତ ହୋଇଥିବା ବେଳେ ପାଠ ପଢିବା ସମୟରେ ମଧ୍ୟ ଏକାକୀ ରହୁଥିଲା। ତେଣୁ ବାପା ମସିହା କିର୍ଷାନୀ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିଥିଲେ। ଆଜି ସକାଳୁ ଘରେ କେହି ନଥିବା ସମୟରେ ଭୀମ ଟିଭି ଦେଖୁଥିଲେ ଏବଂ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ମା ଏହା ଦେଖିବା ପରେ ଶାଢୀକୁ କାଟି ଗୁରୁତର ଅବସ୍ଥାରେ ଲୁବୁର ଗ୍ରାମରେ ରହିଥିବା ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ଲମତାପୁଟ ସ୍ଥିତ ଆଶାକିରଣ ହସପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବ୍ଲୁ ୱେଲ ଗେମ୍‌ ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର