ଜୟପୁର: ଆସନ୍ତା ୨୫ତାରିଖରୁ ଆରମ୍ଭ ହେବାକୁ ଯାଉଛି ରବି ମଣ୍ଡି। ଏଥି ପାଇଁ ଚାଷୀ ମାନେ ଜମିରୁ ଧାନ କାଟି ଅମଳ କରିବାକୁ ଅଣ୍ଟା ଭିଡିଲେଣି। ତେବେ ଧାନ କାଟିବା, ବୋହିବା, ମଳାଇବା ଆଦି କାମ କରିବା ପାଇଁ ଗ୍ରାମାଞ୍ଚଳରେ ପ୍ରାୟତଃ ମହିଳା ଓ ପୁରୁଷ ଶ୍ରମିକ ମିଳୁନାହାନ୍ତି। ଗ୍ରାମାଞ୍ଚଳର କିଛି ଶ୍ରମିକ ସହର ମୁହାଁ ହୋଇଥିବା ବେଳେ ଆଉ କିଛି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଛନ୍ତି। ଶ୍ରମିକ ମିଳୁନଥିବାରୁ କିଭଳି ଧାନ ଅମଳ ହେବ ସେନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଅନ୍ୟପଟେ ଶ୍ରମିକଙ୍କ ଦ୍ବାରା ଧାନ କଟାଗଲେ ଏକ ପିଛା ୫ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଧାନ କଟା ମେସିନରେ ଧାନ କାଟିଲେ ଏକର ପିଛା ୩ହଜାର ୮ଶହ ଟଙ୍କାରୁ ୪ହଜାର ଟଙ୍କା ମଧ୍ୟରେ ଖର୍ଚ ହେଉଛି। ତେଣୁ ଅଧିକାଂଶ ଚାଷୀ ଶ୍ରମିକ ନଖୋଜି ଧାନ କଟା ମେସିନ୍ ଉପରେ ନିର୍ଭର କରୁଛନ୍ତି। କୋରାପୁଟ ଜିଲ୍ଲାରେ କମ୍ ସଂଖ୍ୟକ ଧାନ କଟା ମେସିନ୍ ଥିବାରୁ ଚାଷୀ ଆନ୍ଧ୍ରରୁ ପ୍ରତ୍ୟେକ ଦିନ ଏହି ଧାନ କଟା ମେସିନ୍ ମଗାଉଛନ୍ତି। ଧାନ କଟା ମେସିନ୍ ନିମନ୍ତେ ଚାଷୀ ମାନେ ସ୍ଥାନୀୟ ଏଜେଣ୍ଟ ତଥା ମଧ୍ୟସ୍ଥିଙ୍କୁ ଅଗ୍ରୀମ ଦେଇସାରିଲେଣି। ଅନ୍ୟପଟେ କିଛି ଚାଷୀ ଋଣ ଆକାରରେ କୃଷି ବିଭାଗ ଜରିଆରେ ଏହି ଧାନ କଟା ମେସିନ୍ ପାଇଁ ଆବେଦନ କରିଥିଲେ ହେଁ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା କିଛି ଚାଷୀ ଓ ଚାଷୀ ପ୍ରତିନିଧି ଅଭିଯୋଗ କରିଛନ୍ତି। ଶ୍ରମିକ ଅଭାବ ଥିବା ବେଳେ କୋରାପୁଟ ଜିଲ୍ଲାରେ ଆବଶ୍ୟକୀୟ ଧାନ କଟା ମେସିନ୍ ନଥିବାରୁ ବାଧ୍ୟ ହୋଇ ଆନ୍ଧ୍ରରୁ ଧାନକଟା ମେସିନ୍ ମଗାଉଥିବା କିଛି ଚାଷୀ କହିଛନ୍ତି।
ମିଳୁ ନାହାନ୍ତି କୃଷି ଶ୍ରମିକ ଧାନ କଟା ମେସିନ୍ ଉପରେ ନିର୍ଭର ଚାଷୀ
/sambad/media/post_attachments/wp-content/uploads/2019/05/jpr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)