କୋଟିଆରେ ଆନ୍ଧ୍ର ନିର୍ବାଚନ ଘଟଣା : ରବିବାର ଭୋଟ ଗଣତି

କୋରାପୁଟ :  କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ବିବାଦୀୟ କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନର ଫଳ ପ୍ରକାଶ ନେଇ ବାଟ ଖୋଲିଛି । ଏପ୍ରିଲ ୮ରେ  ଆନ୍ଧ୍ରରେ ହୋଇଥିବା ନିର୍ବାଚନର ଫଳାଫଳ ଆସନ୍ତାକାଲି ଗଣତି ହୋଇ ଫଳାଫଳ ପ୍ରକାଶ ହେବ। ଏନେଇ ଗୁରୁବାର ଦିନ ଆନ୍ଧ୍ର ହାଇକୋର୍ଟ ନିର୍ଦ୍ଦ‌େଶ ଦେଇଛନ୍ତି। ସକାଳ ୮ଟାରୁ ଗଣତି ଆରମ୍ଭ ହେବାକୁ ରହିଥିବାବେଳେ କୋଭିଡ-୧୯ ନିୟମକୁ ମାନି ବିଜୟୀ ରାଲି କରାଯିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପି ଏନେଇ କଡା ନିୟମ ପାଳନ କରିବାକୁ ନି‌ର୍ଦ୍ଦ‌େଶ ଦିଆଯାଇଛି। ତେକେ କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସାରେ ନିର୍ବାଚନ ହୋଇଥିବାବେଳେ ଫଗୁଣସିନେରୀ ଓ ଫାଟୁ ସିନେରୀରେ ନିର୍ବାଚନ ହୋଇଥିଲେ ବି ଲୋକେ ମତଦାନ କରିପାରି ନ ଥିଲେ। ନାରେଡି ବାଲସାରେ

ଚଳିତବର୍ଷ ମେ ମାସ ୨୦ ତାରିଖରେ କୋଟିଆ ସହ ଆନ୍ଧ୍ରରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ।

ନିର୍ବାଚନ ନେଇ ରହିଥିବା ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରାଯାଇ ନ ଥିବାରୁ ହାଇକୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଏହାସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ଏପ୍ରିଲ ୮ରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଥିଲାବେଳେ ୧ ତାରିଖରେ ବିଜ୍ଞାପ୍ତି ପ୍ରକାଶ କରିଥିଲା। ଏପ୍ରିଲ୍ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବାଥିବାବେଳେ ଚାରି ସପ୍ତାହ ପୂର୍ବରୁ ନିର୍ବାଚନ କରାଯାଇପାରିବ ନାହିଁ ବୋଲି ନିୟମ ରହିଥିଲା। ବିଜ୍ଞପ୍ତି ପ୍ରକାଶ କରିବାର ମାତ୍ର କେଇ ଦିନ ମଧ୍ୟରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶନାମା ଅବମାନନା  କରାଯାଇଥିବା ଦର୍ଶାଇ ନିର୍ବାଚନକୁ ବାତିଲ କରି ଦେଇଥିବାବେଳେ ଫଳାଫଳ ପ୍ରକାଶିତ ହୋଇ ନ ଥିଲା। ନିର୍ଦ୍ଦେଶାବଳୀ ଅନୁଯାୟୀ ପୁନର୍ବାର ନିର୍ବାଚନ କରିବାକୁ ନିର୍ଦ୍ଦେଶକୁ ନାଗଚ କରିଛନ୍ତି। ମତଦାନ ତାରିଖର ଚାରି ସପ୍ତାହ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା ହୋଇଥିବା ନେଇ ଟିଡିପି ବରିଷ୍ଠ ନେତା ଭର୍ଲା ରାମାୟା ଏକ ମାମଲା ଦାୟର କରିଥିଲେ। ରାଜ୍ୟ ନିର୍ବାଚନ କମିଶନ ଚଳିତ ବର୍ଷ ଏପ୍ରିଲ ପହିଲାରେ ଜେପିଟିସି ଓ ଏମପିଟିସି ନିର୍ବାଚନ ପାଇଁ ବିଜ୍ଞପ୍ତି ଦେଇଥିଲେ। ସେହି ସମୟରେ ହାଇକୋର୍ଟର ଏକକ ବିଚାରପତି ଏହି ମାମଲାର ଶୁଣାଣି କରି ଏପ୍ରିଲ ୬ ରେ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୭ ରେ ଏହାକୁ ବିରୋଧ କରି ରାଜ୍ୟ ନିର୍ବାଚନ କମିଶନ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ଶୁଣାଣି କରିଥିଲେ ଡିଭିଜନ୍ ବେଞ୍ଚ। କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ୍ ୮ ରେ ମତଦାନକୁ ଅନୁମତି ଦେଇଥିଲା। ଭୋଟ୍ ଗଣନାକୁ ବନ୍ଦ କରି ଦିଆଯାଇଥିଲା। ତେବେ ଏହି ମାମଲାର ତଦନ୍ତ ପାଇଁ ଏକ ଏକକ ବିଚାରପତିଙ୍କ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏପ୍ରିଲ ୮ ତାରିଖରେ କୋରପୁଟ ଜିଲା ପଟାଙ୍ଗି ବ୍ଲକ ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ନାରେଡ଼ି ବାଲଶାରେ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ଅନୁଷ୍ଠିତ ମତଦାନ କରେଇ ନେଇଥିଲା ଆନ୍ଧ୍ର। ୯ଟି ଗ୍ରାମର ଲୋକ ଆଜି ଏହି ବୁଥରେ ମତ ସାବ୍ୟସ୍ତ କରିଥିଲାବେଳେ ମୋଟ ୧୨୯୧ ଟି ଭୋଟରୁ ଦିନ ୩ଟା ଯାଇଁ ପାଖା ପାଖି ୩୦୦ ଲୋକ ମତଦାନ କରିଥିଲେ। ଧୂଳିପଦର, ତାଢିବାଲଶା, ଅର୍ଜୁ ବାଲଶା, ତଳ ସେମ୍ବି, ଉପର ସେମ୍ବିରୁ ଭୋଟରଙ୍କୁ ଆନ୍ଧ୍ର ସଶସ୍ତ୍ର ପୁଲିସ ଓ ବିଜୟନଗରମ ପୋଲିସ ମତଦାନ ପାଇଁ ଟେକି ନେଇଥିବା ଦେଖିବାକୁ ମିଳିଥିଲା। ତେବେ ଥୋନମରେ ହୋଇଥିବା ବୁଥକୁ ଯାଇପାରି ନ ଥିଲେ ଫାଟୁ ସେନେରୀ ଓ ଫଗୁଣ ‌ସେନେରୀ ବସିନ୍ଧା। କୋଟିଆ ପଞ୍ଚାୟତ ଅନ୍ତର୍ଗତ ନାରେଲିବଲାସାବୁଥରେ ନିର୍ବାଚନ କରାଇଥିଲା। କୋରାପୁଟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ଏହାକୁ ନ ମାନି ଫୋସ ପୁରାଇ ନିର୍ବାଚନ କରାଇଥିଲା ଆନ୍ଧ୍ରା। ୧୨୯୧ଟି ଭୋଟରୁ ୩୦୦ଟି ଭୋଟ ପଡିଥିଲା।

ସମ୍ବନ୍ଧିତ ଖବର