ବିଗୁଡୁଛି କୋଟିଆ ବିବାଦ ? ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭେଟିଲେ ସାଲୁର ବିଧାୟକ 

କୋରାପୁଟ: ସମୟ ସୁଯୋଗ ଦେଖି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। କେତେବେଳେ ପଶୁପାଳନ ତ କ‌େତେବେଳେ ବୃକ୍ଷରୋପଣ। ଆଉ କ‌େତେବେଳେ ବିଭିନ୍ନ ସରକାରୀ ଘରର ଭିତ୍ତି ପ୍ରସ୍ତର ପାକାଇବାକୁ ‌ଜଗା ଚିହ୍ନଟ କରିବା ସହ ମାଟି ଖୋଳି ଫେରି ଯାଉଛି। ଅନ୍ୟପକ୍ଷରେ ଓଡ଼ିଶାର ରାଜନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭେଟି ଓଡ଼ିଶାର ରାଜନେତାଙ୍କ ବିରୋଧରେ ବିଶୋଦଗାର କରିଛନ୍ତି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିବା ପରେ ବିବାଦ ଘନେଇବାରେ ଲାଗିଛି। ଗତକାଲି ସାଲୁର ବିଧାୟକ ରାଜାନ୍ନା‌ ଦୋରା ପିଡିକା ଓ ତାଙ୍କ ଟିମ୍‌ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡିଙ୍କୁ ଭେଟି ଓଡ଼ିଶାର ରାଜନେତାଙ୍କ ବିରୋଧରେ କହିଛନ୍ତି। ଏନେଇ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଆଲୋଡନ ସୃଷ୍ଟି ହୋଇଛି।

ସବୁଠ ବଡ କଥା ହେଲା ସାଲୁର ବିଧାୟକ ରାଜ୍ୟ (ଆନ୍ଧ୍ର) ଅର୍ଥନୈତିକ ମୂଲ୍ୟାୟନ ପାଣ୍ଠିର ଅଧ୍ୟକ୍ଷ ରହିଛନ୍ତି। ତାଙ୍କ ପ୍ରଚେଷ୍ଠାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ଅର୍ଥନୈତିକ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଟଙ୍କା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାର କୋଟିଆରେ ମଧ୍ୟ ଅର୍ଥ ବ୍ୟୟ ବରାଦ କରାଯାଇଛି। ଯଦି ଏହା ଠିକ ସମୟରେ ମଧ୍ୟରେ କାର୍ଯ୍ୟକାରୀ ନ ହୁଏ ତେବେ ଅର୍ଥ ଫେରି ଯିବାର ସମ୍ଭବାନା ରହିଛି। ତେଣୁ ତରବର ଭାବେ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା କରାଯାଉଛି। ଆନ୍ଧ୍ର ବିରୋଧରେ କୋଟିଆର ଫାଟୁ ସିନେରୀରେ ହୋଇଥିବା ଶକ୍ତି ପ୍ରଦର୍ଶନ ବି‌ରୋଧରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କାଳେ ସାଲୁର ବିଧାୟକଙ୍କୁ ଆଶ୍ବସନା ଦେଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ସାଲୁର ନିର୍ବାଚନ ମଣ୍ଡଳୀରେ ଏକାଧିକ ପଞ୍ଚାୟତ ରହିଛି। ଯେଉଁ ଗାଁକୁ ଏ‌ବେ ଯାଏଁ ରାସ୍ତାଘାଟ, ପାନୀୟଜଳ  ସହ ଅନ୍ୟ ମୌଳିକ ସୁବିଧା ପ୍ରଦାନ କରାଯାଇ ନାହିଁ। କିନ୍ତୁ ଓଡ଼ିଶା‌ରେ ପ୍ରବେଶ କରି କାହିଁକି କୋଟିଆରେ କରାଯାଉଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତା ସମୂହ କେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରର ରାଜ୍ୟପାଳଙ୍କୁ ଭେଟିବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର