ଅଣସଂକ୍ରମିତ ରୋଗ ଓ କୋଟପା ଆଇନ ପ୍ରଶିକ୍ଷଣ ଶିବିର

ଖୋର୍ଦ୍ଧା: ଅଣସଂକ୍ରମିତ ରୋଗ ଓ ସିଗାରେଟ୍ ଆଣ୍ଡ ଅଦର ଟୋବାକୋ ପ୍ରଡକ୍ଟ ଆକ୍ଟ (କୋଟପା) ଆଇନ ସମ୍ପର୍କରେ ଆଜି ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଣ ସଂକ୍ରମଣ ରୋଗ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଆଇନ ପରାମର୍ଶଦାତା ଲକ୍ଷ୍ମୀଧର ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାଶ, ରାଜ୍ୟ ଅଣ ସଂକ୍ରମଣ ରୋଗ ବିଭାଗର ପରାମର୍ଶଦାତା ଡଃ. ଗିରିଜା ଶଙ୍କର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ଚିକିତ୍ସକ ପ୍ରସନ୍ନ ମିତ୍ର, ଜିଲ୍ଲା ଖାଦ୍ୟ ସୁରକ୍ଷଶ ଅଧିକାରୀ ସତ୍ୟଜିତ ପଟେଲ୍, ଜିଲ୍ଲା ଅଣସଂକ୍ରମଣ ରୋଗ ବିଭାଗର ପରାମର୍ଶଦାତା ସୁଦେଷ୍ଣା ସେନାପତି ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ ଜିଲ୍ଲା ପୁଲିସ ବିଭାଗର ସମସ୍ତ ଅଧିକାରୀ, ଥାନା ଅଧିକାରୀ ମାନେ ତମାଖୁ ସେବନର ଭୟାବହତା, ଏହାକୁ ନିୟନ୍ତ୍ରିତ କରିବାକୁ ସରକାରଙ୍କ ଆଇନ ଓ ଏହାର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦୋରା ଖୋର୍ଦ୍ଧା ଗ୍ରାମାଞ୍ଚଳର ସମସ୍ତ ଅଞ୍ଚଳରେ କୋଟପା ଆଇନକୁ କଡ଼ାକଡ଼ି ଲାଗୁ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳର ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଏହି ଆଇନକୁ କଡ଼ାକଡ଼ି ଲାଗୁ କରିବା ଓ ଚଢ଼ଉ ଆରମ୍ଭ ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର