କୃଷ୍ଣ ଚନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମାଲକାନଗିରି : ମାଲକାନଗିରି ଠାରେ ଜିଲ୍ଲାସ୍ତରୀୟ କୃଷ୍ଣ ଚନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ କାର୍ତ୍ତିକ ନାୟକ ଯୋଗ ଦେଇ ଶୁଭ ଉଦଘାନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଶଙ୍କର ଖିତି ଏବଂ ସୂର୍ଯ୍ୟ ନାରାୟଣ ନାୟକ ଉପସ୍ଥିତ ଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ୧୬ଟି ଟିମ ଭାଗ ନେଇଥିବା ବେଳେ ଆସନ୍ତା ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।ଆଜି ପ୍ରଥମ ମ୍ୟାଚରେ ପଡିଆ ବନାମ କରାପାଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯୁବ ଖେଳାଳୀଙ୍କୁ ପ୍ରତ୍ସାହନ ଦିଆଯାଇଛି।ବିଜୟୀ ଦଳକୁ ୪୦ ହଜାର ଟଂକା ସହ ଟ୍ରଫି ପ୍ରଦାନ କରାଯାଉଥିବା ବେଳେ ପରାଜୟ ଦଳକୁ ୩୦ ହଜାର ଟଂକା ଏବଂ ଟ୍ରଫି ପ୍ରଦାନ କରାଯିବ।ଆସନ୍ତା ୧୭ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଗେମ ଚେଞ୍ଜେର ଆୟୋଜନ କରିଛି।

ସମ୍ବନ୍ଧିତ ଖବର