ରାୟଗଡା: ଦାବି ପୂରଣକୁ ନେଇ ଅଣଦେଖା କଲେ ରାଜ୍ୟ ସରକାର। ଫଳରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁଯାୟୀ ଆଜି ଗୁରୁବାର ଅଗଷ୍ଟ ୩୧ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସାମୁହିକ ଛୁଟିରେ ଗଲେ ଓଡିଶା କୃଷି ସେବା ସଂଘ ରାୟଗଡା ଜିଲ୍ଲା ଶାଖା। ପୂର୍ବରୁ ସଂଘ ଗତ ଅଗଷ୍ଟ ୮ତାରିଖରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲା। ତେବେ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଅଗଷ୍ଟ ୧୫ତାରିଖ ସୁଦ୍ଧା କିଛି ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିଥିଲା। ତେଣୁ ସଂଘ ଗତ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଥିଲା।ମାତ୍ର ଅଗଷ୍ଟ ୧୫ତାରିଖ ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଆସନ୍ତା ଅଗଷ୍ଟ ୩୧ ତାରିଖରୁ ଓଡିଶା କୃଷି ସେବା ସଂଘର ସଦସ୍ୟ ମାନେ ସାମୁହିକ ଛୁଟିରେ ଯିବେ ବୋଲି ଓଡିଶା କୃଷି ସେବା ସଂଘ ରାୟଗଡାର ସଭାପତି ମନୋଜ କୁମାର ପ୍ରଧାନ, ସଂପାଦିକା ଓ ସଦସ୍ୟ ମାନେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରି ଜଣାଇଥିଲେ।

Advertisment

କୃଷି ବିଭାଗର ଅଧିକାରୀମାନେ ସରକାରଙ୍କ ପ୍ରାୟ ୩୯ଟି ଯୋଜନାର ସଫଳ ରୂପାୟନ କରି ଆସୁଛନ୍ତି। ଯାହା ଫଳରେ କୃଷି କର୍ମଣ ଭଳି ବିଭିନ୍ନ ପୁରସ୍କାର ଓଡିଶା ସରକାରଙ୍କୁ ପ୍ରାପ୍ତ ହୋଇ ପାରୁଛି। ଓଡିଶା କୃଷି ସେବା ସଂଘ ଓଡିଶା କୃଷି ସେବା କ୍ୟାଡରର ପୁର୍ନଃବିନ୍ୟାସ ପାଇଁ ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରିୟ କୃଷି ବିସ୍ତାର ପ୍ରବାଦ ସଂସ୍ଥାନ (ମେନେଜ) ପୁର୍ନଃବିନ୍ୟାସ ସମ୍ବନ୍ଧିତ ସୁପାରିଶ ପତ୍ର ଏବଂ ଏହାର  ଯଥାର୍ଥତା ପ୍ରତିପାଦନ କରିବା ସତ୍ୱେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯଦି ସରକାରଙ୍କ ଠାରୁ ତୁରନ୍ତ ସନ୍ତୋଷଜନକ ପ୍ରତିଶୃତି ନ ମିଳିଲେ ସଂଘ ନିଷ୍ପତି ଅନୁଯାୟୀ ସମସ୍ତେ ସାମୁହିକ ଛୁଟିରେ ଯାଇଛୁ ବୋଲି ସଂପାଦିକା ସଂଗୀତା ନାୟକ ପ୍ରକାଶ କରିଛନ୍ତି।