ରାୟଗଡା:  ଆସନ୍ତା ଅଗଷ୍ଟ ୩୦ତାରିଖରୁ ସାମୁହିକ ଛୁଟିରେ ଯିବେ ଓଡିଶା କୃଷି ସେବା ସଂଘ। ପୂର୍ବରୁ ସଂଘ ଗତ ଅଗଷ୍ଟ ୮ତାରିଖରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ଠତି ନେଇଥିଲା। ତେବେ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଅଗଷ୍ଟ ୧୫ତାରିଖ ସୁଦ୍ଧା କିଛି ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପ୍ରତିଶୃତି ମିଳିଥିଲା। ତେଣୁ ସଂଘ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଥିଲା। ମାତ୍ର ଅଗଷ୍ଟ ୧୫ତାରିଖ ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଆସନ୍ତା ଅଗଷ୍ଟ ୩୦ତାରିଖରୁ ଓଡିଶା କୃଷି ସେବା ସଂଘର ସଦସ୍ୟ ମାନେ ସାମୁହିକ ଛୁଟିରେ ଯିବେ ବୋଲି ଓଡିଶା କୃଷି ସେବା ସଂଘ ରାୟଗଡାର ସଭାପତି ମନୋଜ କୁମାର ପ୍ରଧାନ, ସମ୍ପାଦିକା ଓ ସଦସ୍ୟମାନେ ମିଳିତ ସ୍ୱରରେ ଆଜି ଶୁକ୍ରବାର ଅପରାହ୍ନରେ ରାୟଗଡା ଜିଲ୍ଳା ପ୍ରଶାସନର ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

କୃଷି ବିଭାଗର ଅଧିକାରୀ ମାନେ ସରକାରଙ୍କ ପ୍ରାୟ ୩୯ଟି ଯୋଜନାର ସଫଳ ରୂପାୟନ କରି ଆସୁଥିବା କହିଥିଲେ। ଯାହା ଫଳରେ କୃଷି କର୍ମଣ ଭଳି ବିଭିନ୍ନ ପୁରସ୍କାର ଓଡିଶା ସରକାରଙ୍କୁ ପ୍ରାପ୍ତ ହୋଇ ପାରୁଛି। ଓଡିଶା କୃଷି ସେବା ସଂଘ ଓଡିଶା କୃଷି ସେବା କ୍ୟାଡରର ପୁର୍ନବିନ୍ୟାସ ପାଇଁ ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରିୟ କୃଷି ବିସ୍ତାର ପ୍ରବାଦ ସଂସ୍ଥାନ (ମେନେଜ) ପୁର୍ନବିନ୍ୟାସ ସମ୍ବନ୍ଧିତ ସୁପାରିଶ ପତ୍ର ଏବଂ ଏହାର  ଯଥାର୍ଥତା ପ୍ରତିପାଦନ କରିା ସତ୍ୱେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଯଦି ସରକାରଙ୍କ ଠାରୁ ତୁରନ୍ତ ସନ୍ତୋଷଜନକ ପ୍ରତିଶୃତି ନ ମିଳିଲେ ସଂଘ ଆନ୍ଦୋଳନର ପନ୍ଥା ଅନୁସରଣ କରିବାକୁ ବାଧ୍ୟ ହେବେ ବୋଲି ସମ୍ପାଦିକା ସଂଗୀତା ନାୟକ ପ୍ରକାଶ କରିଛନ୍ତି।