କୁଆଖାଇ ନଦୀଶଯ୍ୟାର ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲିଅନ୍ତା :ଆଜି ଭୁବନେଶ୍ବର ଓ ବାଲିଅନ୍ତା ତହସିଲ ପ୍ରଶାସନ ମିଳିତ ସହଯୋଗରେ କୁଆଖାଇ ନଦୀ ଶଯ୍ୟାର ସୀମା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । କେଉଁ ଘାଟ ନିଲାମଧାରୀଙ୍କ କେତେ ନିଲାମ ଅଞ୍ଚଳ ତା’ର  ମାପଚୂପ କରାଯାଉଛି । ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନଦୀଶଯ୍ୟା ମାପଚୁପ ଚାଲିଛି । ନଦୀର କେଉଁ ଅଂଶ ପର୍ଯ୍ୟନ୍ତ ସୀମା ବାଲିଅନ୍ତା ତହସିଲ ଏବଂ ବାକି କେଉଁ ଅଞ୍ଚଳ ଭୁବନେଶ୍ବର ସୀମା ପରିସରଭୁକ୍ତ ତା’ର ସୀମା ନିର୍ଦ୍ଧାରଣ କରାଯାଉଛି । ମାପଚୂପ ପରେ ଉକ୍ତ ସ୍ଥାନରେ ପିଲର ପୋଷ୍ଟିଂ କରାଯାଇ ନାଲି ପତାକା ବନ୍ଧାଯାଉଛି । କୁଆଖାଇ ନଦୀର ମାପଚୂପ ସୀମାନ୍ତବର୍ତ୍ତୀ ଅଞ୍ଚଳ ହେଉଛି ୧୨୦ ଏକର । ଆସନ୍ତା ୧୦ ଦିନ ମଧ୍ୟରେ ମାପଚୂପ ପ୍ରକ୍ରିୟା ଶେ‌ଷ ହେବ ବୋଲି ସୂଚନା ମିଳିଛି । କୁଆଖାଇ ଘାଟର ସୀମା ଓ ପଠା ଚିହ୍ନଟ ପରେ ଘାଟ ନିଲାମଧାରୀ ଆଉ ନଦୀରୁ ମନମୁଖି ଉଠାଇ ପାରିବେ ନାହିଁ । ସୀମା ଉଲ୍ଲଂଘନ କଲେ ନିଲାମଧାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଭୂତତ୍ବ ବିଭାଗ , ଜଳ ସଂପଦ ବିଭାଗ ସମେତ ଓରସାକ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ମାପଚୂପରେ ସାମିଲ ଥିଲେ ।

ସମ୍ବନ୍ଧିତ ଖବର