ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କଲେ କୁଚିଣ୍ଡା ଏନ୍‌ଏସି କର୍ମଚାରୀ

ସମ୍ବଲପୁର: କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଜଣେ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ କୁଚିଣ୍ଡା ବାସିନ୍ଦା ଅଜୟ ସୁନାନି (୩୫)। ସେ ପାରିବାରିକ କଲହ ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଅଜୟଙ୍କ କିଛି ପାରିବାରିକ ସମସ୍ୟା ଥିଲା ଓ ସେ ମାନସିକ ଅଶାନ୍ତିରେ ଥିଲେ। ଆଜି ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନା ପ୍ରଥମେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଲଇଡା ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ପୋଷ୍ଟମର୍ଟମ ନିମନ୍ତେ କୁଚିଣ୍ଡା ଆଣାଯାଉଛି ବୋଲି ସୂଚନା ମିଳିଛି। ସେ ଅତ୍ୟନ୍ତ ପରୋପକାରୀ ଯୁବକ ଥିବାରୁ କୁଚିଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର