ଜୟପୁର: ବାଣିଜ୍ୟ କର ଫାଙ୍କି ନିୟମିତ ଭାବେ ବିଭିନ୍ନ ଖାଦ୍ୟ ଏବଂ .ତେଜରାତି ଜିନିଷ ଚାଲାଣ ଜାରି ରହିଛି। ଆଜି ଏଭଳି ଏକ ଭ୍ୟାନରେ ଛୋଟ ପିଲାମାନେ ଖାଉଥିବା କୁରକୁରେ, ଲେଜ୍ ଆଦି ଧରି ରାୟପୁରରୁ ଲମତାପୁଟ ଯାଉଥିବା ଏକ ଭ୍ୟାନକୁ ପୁଲିସ ଜବତ କରିଛି।
ଜିଏସଟି ଗୁଇନ୍ଦା ବିଭାଗ ଡେପୁଟି କମିସନର ପିଏସ୍ ଦେଓତା କୌଣସି ସୂତ୍ରରୁ ସୂଚନା ପାଇ ଡଙ୍ଗରଚିଂଛି ନିକଟରେ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ। ଏଥିରେ ଏକ ଲକ୍ଷ ଟଙ୍କାର ଉପରୋକ୍ତ ସାମଗ୍ରୀଗୁଡିକ ବିନା ଜିଏସଟି ବିଲରେ ଚାଲାଣ ହେଉଥିବା ସେ ଜାଣିବାକୁ ପାଇଥିଲେ।। ଏଥି ପାଇଁ ୧୨ପ୍ରତିଶତ ଜିଏସଟି ଏବଂ ୧୨ପ୍ରତିଶତ ପେନାଲଟି ଏହି ଗାଡି ଉପରେ ପକାଯାଇଥିଲା। ୨୪ହଜାର ଟଙ୍କା ଜରିମାନା ଜମା କରିବା ପରେ ଗାଡି ଛଡାଯିବ ବୋଲି କହିଛନ୍ତି ଜିଏସଟି ଗୁଇନ୍ଦା ବିଭାଗ ଡେପୁଟି କମିସନର ପିଏସ୍ ଦେଓତା।
ଗାଡିକୁ ସଂପ୍ରତି ଜୟପୁର ଟାଉନଥାନା ଜିମାରେ ରଖାଯାଇଥିବା ସୂଚନା ମିଳିଛି। ସାଧାରଣରେ ଏହାକୁ ସ୍ବାଗତ କରାଯିବା ସହ ଆଗାମୀ ଦିନରେ ଏହି ଧାରା ଜାରି ରହୁ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-kurkurey-gadhiee-.jpg)