ମାଉଣ୍ଟ ଫ୍ରେଣ୍ଡସିପରେ କୋରାପୁଟର କୁଶ

କୋରାପୁଟ: ହିମାଚଳ ପ୍ରଦେଶର ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ଆଡଭେଞ୍ଚର ଭ୍ୟାଲି ପକ୍ଷରୁ ଆୟୋଜିତ ଟ୍ରେଂକିଂ‌ରେ ଭାଗ ନେଇଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର କୁଶ ଅର୍ଲବ। ସେ ମାଉଣ୍ଟ ପ୍ରେଣ୍ଡସିପ(ମାଉଣ୍ଡ ଏଭେରେଷ୍ଟର ନେକ୍‌)ରେ ୧୭ ହଜାର ୫୨ ଫୁଟ ଉପରକୁ ଯାଇ ଆଜି ଦିଲ୍ଲୀକୁ ଫେରିଛନ୍ତି। ସେ ଚଳିତମାସ ୧ ତାରିଖରୁ ଆୟୋଜିତ ‌ଏହି ଟ୍ରେକିଂ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ତାଙ୍କ ସହ ଭାରତର ଅନ୍ୟ ୧୪ ଜଣ ପ୍ରତିଯୋଗୀ ମଧ୍ୟ ଏହି ଟ୍ରେଂକିରେ ଭାଗ ନେଇଥିଲେ।

କିନ୍ତୁ ପାଗ ଖରାପ, ତୁଷାରପାତ ଓ ଥଣ୍ଡା ପବନ ଯୋଗୁଁ ଆଉ ଉପରକୁ ଯିବା ସମ୍ଭବପର ହୋଇପାରିଲାନି। ତେଣୁ ଟୁର ଗାଇଡଙ୍କ ଉପଦେଶ କ୍ରମେ ସେ ତଳକୁ ଓହ୍ଲେଇଥିଲେ। ତେବେ ସେ ସେଠାରେ ଆର୍ଲବପୁଟ ସ୍ଥିତ ଶହୀଦ ଲକ୍ଷ୍ମଣନାୟକ ଯୁବ ସଂଘ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କର ଫ୍ଲେକ୍ସ ଧରିଥିବା ଦେଖିବାକୁ ମିଳିଛି। କୁଶ ଜଣେ ମେଧାବୀ ଛାତ୍ର ସହ ସିଟି କରିଛନ୍ତି। ଆସନ୍ତାଦିନ‌ରେ ସେ କୋରାପୁଟରେ ଶିକ୍ଷକତା କରିବାକୁ ମନ ବଳାଇଛନ୍ତି। ତେବେ କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଏହି ପ୍ରତିଭାଙ୍କୁ ସବୁ ଆଡୁ ‌ଶୁଭେଚ୍ଛାର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର