ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ଅଞ୍ଚଳରେ ଆଦିମ ଅଧିବାସୀ ବିରଳ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟ ରହୁଥିବା ବେଳେ ସେମାନଙ୍କ ବିକାଶ ପାଇଁ ନିର୍ମାଣ ହୋଇଥିବା କୁଟିଆ କନ୍ଧ ଉନ୍ନୟନ ବିଭାଗ ରହିଛି। ସେହି ବିଭାଗ ମାଧ୍ୟମରେ କୁଟିଆ ଜନଜାତିଙ୍କ ବିକାଶ ପାଇଁ ସରକାର ଦୁଇ ବର୍ଷ ତଳେ ଓପିଲିପି ମାଧ୍ୟମରେ ସୌରଭ ନାମକ ଏକ ସ୍ୱେଛାସେବୀ ଅନୁଷ୍ଠାନର ସହଯୋଗ ବିକାଶ ମୂଳକ କାର୍ଯ୍ୟକ୍ରମ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୦କୋଟି ଟଙ୍କା ବଜେଟ କରାଯାଇଥିଲା।
ଆଜକୁ ଦୁଇ ବର୍ଷ ହୋଇଥିବା ବେଳେ ବିକାଶ ମୂଳକ କାର୍ଯ୍ୟକ୍ରମ ସେଭଳି କିଛି ହୋଇନଥିବା ଓ ଦାୟିତ୍ୱରେ ଥିବା ସ୍ୱେଛାସେବୀ ଅନୁଷ୍ଠାନ ସୌରଭ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ଗୁରୁବାର ତୁମୁଡିବନ୍ଧ ବ୍ଲକର ଗୁମା, ବେଲଘର ଓ ବିଳମାଳ ୩ ପଞ୍ଚାୟତର ଶହଶହ କୁଟିଆ ଜନଜାତିର ଲୋକେ ଆସି ଏକ ବିରାଟ ରାଲି କରି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟକୁ ଘେରାଉ କରିବା ସହ ସୌରଭ ସ୍ୱେଛାସେବୀ ଅନୁଷ୍ଠାନ ଅର୍ଥ ଅନିୟମିତ କରିଥିବା ଅଭିଯୋଗ ତା ବିରୋଧ କଡା କାର୍ଯ୍ୟାନୁଷ୍ଠାନ ସହ ସେଠାରୁ ସୌରଭକୁ ହଟାଇବା ଦାବି କରିଛନ୍ତି। କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ରେଣୁଧର ନାୟକଙ୍କୁ ଦାବି ପତ୍ର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/33355836-a1cc-4c60-950a-d639f1f385a6.jpg)