ଆନ୍ଧ୍ରରେ ଏସିଡ୍‌ ମାଡରେ ଆହତ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଭେଟିଲେ ଅତିରିକ୍ତ ଶ୍ରମ କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀ

ସୁନ୍ଦରଗଡ଼ : ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ସ୍ଥିତ ଇଟାଭାଟିରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବୁର୍ତ୍ତା ଗାଁର ଶ୍ରମିକଙ୍କ ଉପରେ ଏଭଳି ନରକୀୟ ନିର୍ଯାତନା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଦରମା ମାଗିବାରୁ ଇଟାଭାଟି ମାଲିକ ଜଣେ ଶ୍ରମିକଙ୍କ ହାତର ୪ ଆଙ୍ଗୁଠି କାଟି ଦେଲେ, ଅନ୍ୟ ଜଣେ ଶ୍ରମିକଙ୍କ ମୁହଁକୁ ଏସିଡ୍‌ ଫିଙ୍ଗି ଜାଳିଦେଲେ। ଏବେ ଇଟା ଭାଟିରେ ବନ୍ଧା ପଡ଼ିଛନ୍ତି ୭ ଶ୍ରମିକ। ଏସିଡ୍‌ ମାଡ଼ରେ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ୍ୟ ଅର୍ଥ ଅଭାବରୁ ସେ ଘରେ ପଡ଼ି ରହିଛନ୍ତି। ଆଙ୍ଗୁଠି କଟିଥିବା ଶ୍ରମିକ ଇଟା ଭାଟି ଠିକାଦାରଙ୍କ ପାଖରେ ଅଟକ ଥିବା ଜଣାପଡ଼ିଛି।  ଆଜି ତାଙ୍କୁ  ଅତିରିକ୍ତ ଶ୍ରମ କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀ ଭେଟିଛନ୍ତି।

ସୂଚନାଯୋଗ୍ୟ, କାମ ମିଳୁ ନ ଥିବାରୁ ବୁର୍ତ୍ତା ଗାଁର ଜୟଦେବ ଚାନ୍ଦଲିଆ (୪୦), ତାଙ୍କ ପତ୍ନୀ ଭୂମି ଓ ୧୯ ବର୍ଷର ପୁଅ ଶ୍ୟାମସୁନ୍ଦର, କିରଞ୍ଜ ବାରିକ (୫୦) ତାଙ୍କ ପତ୍ନୀ କୌଶଲ୍ୟା (୪୦) ଓ ୪ ବର୍ଷର ଝିଅ, ଶାନ୍ତ ବାରିକ (୨୨), ସୁଭାସ ନାଏକ (୧୮), ବଟି ନା‌ଏକ (୧୬), ଦୋନାଦେ ଚାନ୍ଦଲିଆ (୭୦) ସମେତ ୧୧ ଜଣ ଶ୍ରମିକ ଗତ ଦଶହରା ପୂଜା ପରେ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍‌ନିକଟ ଇଟାଭାଟିକୁ ଯାଇ ଇଟା ଗଢ଼ିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଅଭିଯୋଗ ଅନୁସାରେ, ଶ୍ରମିକମାନେ ନିଜ ପାରିଶ୍ରମିକ ମାଗିଲେ ମାଲିକ ଦରମା ତ ଦିଅନ୍ତି ନାହିଁ, ଓଲଟି ମାରପିଟ କରିବା ଆରମ୍ଭ କରି ଦେଇଥାଆନ୍ତି। ତେବେ ନିକଟରେ ଇଟାଭାଟିର ମାଲିକକୁ ଜଣେ ଦାଦନ ଶ୍ରମିକ ନିଜ ପାରିଶ୍ରମିକ ମାଗିଥିଲେ। ମାଲିକ ଶ୍ରମିକଙ୍କ ପାରିଶ୍ରମିକ ଦେବା ବଦଳରେ ତାଙ୍କ ଉପରକୁ ଏସିଡ୍‌ ମାଡ କରିଥିଲେ। କେବଳ ଏତିକି ନୁହେଁ, ଅନ୍ୟ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର