ଭଦ୍ରକ: ଭାରସାମ୍ୟ ହରାଇ ପାଣି ଭିତରକୁ ପଶିଗଲା ଟ୍ରାକ୍ଟର, ଶ୍ରମିକ ମୃତ

ଭଦ୍ରକ: ଚାଳକ ଭାରସାମ୍ୟ ହରାଇବାରୁ ଶୁକ୍ରବାର ଏକ ଟ୍ରାକ୍ଟର ପାଣି ଭିତରକୁ ପଶି ଯାଇଛି। ଏହି ଅଭାବନୀୟ ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁସାରେ ଗବସାହି ଲେବେଲ କ୍ରସିଂ ନିକଟରେ ଦ୍ରୁତ ଗତିରେ ଚଳାଉଥିବା ଟ୍ରାକ୍ଟର (ଓଆର ୨୨ବି ୪୫୬୦)ର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ସଡ଼କ ପାର୍ଶ୍ୱରେ ଥିବା ନର୍ଦ୍ଦମା ପାଣି ଭିତରକୁ ଟ୍ରାକ୍ଟରଟି ପଶି ଯାଇଥିଲା। ଟ୍ରାକ୍ଟରରେ ବସିଥିବା ଶ୍ରମିକ ତଳେ ପଡ଼ିଯାଇଥିଲେ। ତାଙ୍କର ଉପରେ ଟ୍ରାକ୍ଟର ଚାପି ହୋଇ ଯାଇଯାଇଥିଲା। ମୃତ ବ୍ୟକ୍ତି ଜଣକ ଗେଲଟୁଆ ନୂଆସାହିର ପେଙ୍ଗୁ ମୁଣ୍ଡା ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ମୃତଦେହ ପାଣି ଭିତରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍‌ପିଟାଲ ପଠାଇ ଦେଇଛି। ଶ୍ରମିକଙ୍କ ଅଭାବନୀୟ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ପାଣି ଭିତରୁ ଟ୍ରାକ୍ଟରକୁ ବାହାର କରାଯାଇ ନାହିଁ।

ସମ୍ବନ୍ଧିତ ଖବର