ଭୁଶଡ଼ି ପଡ଼ିଲା ସେଣ୍ଟ୍ରିଂ, ଚାପି ହୋଇଗଲେ ଶ୍ରମିକ 

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପାଳକୁଦାର ଗ୍ରାମଠାରେ ରବିବାର ଏକ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭାଙ୍ଗିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି।  ସୂଚନା ଅନୁସାରେ ରିଆମାଳଠାରୁ ଦୁଇବାଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ପାଳକୁଦରଠାରେ ଏକ ନୂତନ ପୋଲ ନିର୍ମାଣ ପାଇଁ ସେଣ୍ଟ୍ରିଂ କାମ କାମ ଚାଲିଥିଲା। ଏହି ସମୟରେ ହଠାତ୍‌ ପୋଲର ଗୋଟିଏ ପାର୍ଶ୍ବ ଦବି ଯିବାରୁ ସେଣ୍ଟ୍ରିଂଟି ସଂପୂର୍ଣ୍ଣ  ଭୁଶୁଡ଼ି ପଡ଼ିଥିଲା।  ଫଳରେ ଏହା ତଳେ ଚାପି ହୋଇ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ସିଦ୍ଧାନ୍ତ ନାୟକ (୧୯)। ଖବରପାଇ ରିଆମାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରି ରିଆମାଳ ପୁଲିସକୁ ହସ୍ତାନ୍ତର କରିଥିଲେ। ରିଆମାଳ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର