ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଂଚଳରେ ଥିବା ଇଣ୍ଡୋନସିନ୍ କାରଖାନାରେ ଆଜି ବାୟୋମେଟ୍ରିକ୍ ଉପସ୍ଥାନକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଆଜି ସକାଳେ ଶ୍ରମିକମାନେ କାରଖାନା ମଧ୍ୟରେ କାମ ବନ୍ଦ କରି ଧାରଣାରେ ବସିଥିଲେ । ଶ୍ରମିକଙ୍କ ଅଭିଯୋଗ ଅନୁସାରେ, କାରଖାନା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ବାୟୋମେଟ୍ରିକ୍ ଉପସ୍ଥାନ ଦେବାକୁ ହୁଏ । ଶ୍ରମିକମାନଙ୍କ ପରିଚୟପତ୍ର ଯାଂଚ ପରେ ସେମାନେ ଉପସ୍ଥାନ ଦେଇ କାରଖାନା ମଧ୍ୟକୁ ପ୍ରବେଶ କରିଥାନ୍ତି, କିନ୍ତୁ ଅନେକ ସମୟରେ ବାୟୋମେଟ୍ରିକ୍ ଉପସ୍ଥାନ ସଠିକ କାମ କରୁନାହିଁ । ଏହାଫଳରେ ଶ୍ରମିକଙ୍କ ଦରମା କାଟ କରାଯାଉଛି । ଏଭଳି ତ୍ରୁଟିପୂର୍ଣ୍ଣ ଉପସ୍ଥାନ ଜାଣିଶୁଣି କରାଯାଉଛି ବୋଲି ଶ୍ରମିକମାନେ ଅଭିଯୋଗ କରିବା ସହ ସେମାନଙ୍କୁ ନିର୍ଦ୍ଧାରିତ ସମୟରୁ ଅଧିକ ସମୟ କାମ କରିବାକୁ କୁହାଯାଉଥିଲେ ମଧ୍ୟ ଏହାବାବଦକୁ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳୁନଥିବା କହିଛନ୍ତି ।
ଆଜି ସକାଳେ କାରଖାନା ଖୋଲିବା ପରେ ଶ୍ରମିକମାନେ କାରଖାନା ପରିସର ମଧ୍ୟରେ କାମ ବନ୍ଦ କରି ପ୍ରାୟ ୩-୪ ଘଣ୍ଟା ଧାରଣାରେ ବସିଥିଲେ । ପ୍ରଥମେ କାରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତେବେ ଏନେଇ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଅପରାହ୍ଣରେ ଶ୍ରମିକଙ୍କ ସହ କର୍ତ୍ତୃପକ୍ଷଙ୍କ ଆଲୋଚନାରେ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ଶ୍ରମିକମାନେ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Khordha-Industrial-Estate-Indo-Nissin-karakhana-re-sharmik-ashanti.jpg)