ଜୟପୁର: ଜୁଲାଇ ୧୬ରୁ ବନ୍ଦ ପଡ଼ିଥିବା କାଗଜକଳ କଂଚାମାଲ ପାଇଁ ବନ୍ଦ ଥିଲା। କଂଚାମାଲ ଜମା ହେବା ପରେ ବି ମିଲ୍ ଚାଳିପାରିନି। ମିଲକୁ ତୁରନ୍ତ ଖୋଲିବା ପାଇଁ୨ଟି ଶ୍ରମିକ ସଂଘ କହୁଥିବା ବେଳେ ଆଉ ୨ଟି ସଂଘ ୨ମାସର ଅଗ୍ରୀମ ଦରମା ଏକାସହ ପୈଠ କରିବା ସହ ୨୦୧୨-୧୫ ତ୍ରିପାକ୍ଷୀକ ଚୁକ୍ତିନାମା ତୁରନ୍ତ ଲାଗୁ ଦେଇଥିବା ଦାବି ପୁରଣ ନହେବା ଯାଏଁ ମିଲ୍ ଚାଳିବାକୁ ଦିଆଯିବ ନି ବୋଲି ଜିଦ୍ ରେ ଅଟଳ ରହିଛନ୍ତି। ଆଜି ପେପର ମିଲର ତୃତୀୟ ଏବଂ ଚତୁର୍ଥ ୟୁନିଅନର ସଭ୍ୟ ମାନେ ଜିଲ୍ଲାପାଳ ମହମ୍ମଦ ଆବ୍ଦଲ ଆକ୍ତରଙ୍କୁ ଭେଟି ତୁରନ୍ତ ମିଲ ର ଉତ୍ପାଦନ ଆରମ୍ଭ କରାଇବା ଦିଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳଙ୍କୁ ତୃତୀୟ ୟୁନିଅନରୁ ଆମନ ଉଜବିନ ନାୟକ, ତାରା ପ୍ରସାଦ ପ୍ରଧାନ, ଉମା ପାଣିଗ୍ରାହୀ, ଭଗବାନ୍ ଚୌଧୁରୀ ଏବଂ ଚତୁର୍ଥ ୟୁନିଅନର ଏମ୍. ସତ୍ୟନାରାୟଣ, ସୁନିଲ ସାହୁ, ସଂଜୀବ ମାଦଳା ଓ ଉପେନ୍ଦ୍ର ଜେନା ଜିଲ୍ଲାପାଳ ଙ୍କ ସହିତ ଭେଟି ଆଲୋଚନା କରିଥିଲେ ।ଶ୍ରମିକ ମାନଙ୍କ ବକେୟା ଦରମା ଦେବା ସହ ସମସ୍ୟାର ସମାଧାନ ଦିଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ।