ନାଲକୋନଗର: ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଶ୍ରମିକ ସଂଗଠନ ନେସ୍ ପକ୍ଷରୁ ସ୍ମେଲ୍ଟର ପ୍ରବନ୍ଧକଙ୍କୁ ଆଜି ଘେରାଉ କରାଯାଇଛି। ୧୯୯୭-୨୦୧୬ବ୍ୟାଚ୍ର କର୍ମଚାରୀଙ୍କୁ ମିଳିଥିବା ୨ଟି ପଦୋନ୍ନତିର ଚୁକ୍ତିନାମା ଥାଇ ମଧ୍ୟ ବକେୟା ପ୍ରାପ୍ୟ ନ ଦେଇ ଥିବାରୁ ଆଜି ସକାଳ୧୦ଘଟିକା ଠାରୁ ଆଇଏନଟିୟୁସି ସହବନ୍ଧିତ ନେସ ସଂଗଠନ ବହୁବାର ଲିଖିତ ଅଭିଯୋଗ କରିଥିଲା। ହେଲେ ନାଲକୋ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆଜି ଶ୍ରମିକ ସଂଗଠନ ପକ୍ଷରୁ ସ୍ମେଲ୍ଟର ପ୍ରବନ୍ଧକଙ୍କୁ ଘେରାଉ କରାଯାଇଛି। ସମସ୍ୟାର ର ଚୂଡାନ୍ତ ନିଷ୍ପତି ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଚାଲୁ ରହିବ ବୋଲି ସଂଗଠନ ଚେତାବନୀ ଦେଇଛି। କର୍ମଚାରୀଙ୍କୁ ପଦୋନ୍ନତି ଦେଇ ଉଚିତ ବକେୟା ପାଉଣା ନ ଦେବା ଆଇନ ସମ୍ମତ ନୁହେଁ ବୋଲି ସଂଘ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଓ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି। ଏହି ବିକ୍ଷୋଭରେ ସଂଘର ପଦାଧିକାରୀ ମୁରଲୀଧର ପଣ୍ଡା, ବିଜନ ଦଳବେହେରା, ରାମଚନ୍ଦ୍ର ମୁଣ୍ଡା, ରଂଜିତ ସାହୁ, ମନୋଜ ସ୍ୱାଇଁ, ଅଶ୍ବିନୀ ସାମଲ, ବସନ୍ତ ନାଏକ, ନିରୋଦ ଧୀର, ଶ୍ରବଣ ସ୍ୱାଇଁ, ସୁଧାଂଶୁ ମିଶ୍ର, ପ୍ରଦୀପ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ନାଲକୋ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଘେରାଉ ଜାରି ରହିଛି।
ନାଲ୍କୋ ସ୍ମେଲ୍ଟର ଜିଏମଙ୍କୁ ଘେରିଲା ଶ୍ରମିକ ସଂଗଠନ
/sambad/media/post_attachments/wp-content/uploads/2020/11/e3cdc796-ff40-4737-bd72-f0c92d41fe90.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)