ବଜ୍ରପାତରେ କୃଷି ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଯାଜପୁର: ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ମଙ୍ଗଳପୁର ଥାନା ବିହାରୀ ପଂଚାୟତ କୁଆଁରପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ଶ୍ରମିକ ମୃତ୍ୟୁ ହୋଇଛି। ମୃତକ ହେଲେ ବିଂଝାରପୁର ଥାନା ଆଉଁରୀ ପଂଚାୟତ ବଳଭଦ୍ରପୁର ଗ୍ରାମର ଗିରିଧାରୀ ମଲିକ(୫୮)। ନିଜ ବନ୍ଧୁ ଘର କୁଆଁରପୁରକୁ ଯାଇ ବିଲରେ ଶ୍ରମିକ ଭାବେ କାମ କରୁଥିଲେ। ବିଲରେ ୬ ଜଣ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଏଥରେ ନବଘନ ମଲିକ ଆହତ ହୋଇଛନ୍ତି। ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର