ଜୟପୁର: ଘର କାମ ଚାଲିଥିବା ବେଳେ ଆଜି ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉନ୍ମତ୍ତ ଯୁବକ ଜଣକ ଛୁରାମାଡ଼ କରି ଜଣେ ଶ୍ରମିକଙ୍କୁ ଲହୁଲୁହାଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ, ଏହି ଘଟଣାରେ ଶ୍ରମିକ ଜଣକ ଗୁରୁତର ହୋଇ ଏବେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇଥିବା ଜାଣିବାକୁ ମିଳିଛି। ଗୁରୁତର ଜଣକ ହେଲେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅତେନ୍ତୁଳିପଦର ଗାଁର ବାସୁଦେବ ଖୀଲ(୨୬)। ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକ ଜଣକ ହେଲା ଗୋପବନ୍ଧୁ ନଗର ଲାଲୁ ଟାକିରି(୧୯)। ତେବେ ଲାଲୁର ହାତରେ ମଧ୍ୟ କ୍ଷତ ରହିଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୩ଟାବେଳେ ଓଡ଼ିଆ ମେଦିରି ସାହିରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ ବାସୁଦେବ। ଘର କାମ ଚାଲିଥିବାରୁ ସେ ବାଲି ବୋହୁଥିଲେ। ଏହି ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଏପରି ରୂପ ନେଇଥିଲା ଯେ, ଉତ୍ୟକ୍ତ ହୋଇ ଲାଲୁ ବାସୁଦେବଙ୍କ ପେଟ, ପିଠିକୁ ଆକ୍ରମଣ କରିଥିଲା। ବାସୁଦେବଙ୍କ ପେଟ ଓ ପିଠିରେ ଗଭୀରକ୍ଷତ ହୋଇଥିବା ବେଳେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ କରାଯାଇଥିଲା। ପରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ସେହି ସ୍ଥାନରୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Jpr3.jpg)