ନୂଆପଡ଼ା: ମନରେଗା ଯୋଜନାରେ କାମ କରି ବକେୟା ପାଉଣା ଦାବିରେ ସଦର ବ୍ଲକ ସାଲିହା ପଂଚାୟତ ଝାଲବାହାଲ ଗାଁର ଶ୍ରମିକମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି
ପ୍ରକାଶ ଯେ, ଝାଲବାହାଲ ଗାଁରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ କରାଯାଇଥିବା ଏକ କେନାଲ କାମର ବକେୟା ମଜୁରି ମିଳି ନଥିବାରୁ ଶ୍ରମିକମାନେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଂଚ, ବିଡିଓ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ସମ୍ମୁଖରେ ଧାରଣରେ ବସିଛନ୍ତି
ସେହିପରି ମନରେଗା ଯୋଜନାରେ ଏକ ରାସ୍ତା କାମରେ ଶ୍ରମିକମାନେ ନିୟୋଜିତ ହୋଇ ବକେୟା ପାଉଣା ମିଳିନଥିବା ବାଲେଶ୍ୱର ସାହୁ, ହୁମନ ୟାଦବ, ଘାସିରାମ ସାହୁ, ମୋହନ ମାଝୀ, ପଚଂରାମ ମାଝୀ, ଦେଓସିଂ ମାଝୀ, ଲାଲସିଂ ରାଉତ, ପୁନାସିଂ ମାଝୀ, ଘନଶ୍ୟାମ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।
ପାଉଣା ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ଶ୍ରମିକଙ୍କ ଧାରଣା
/sambad/media/post_attachments/wp-content/uploads/2017/10/strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)