ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଦାବିପତ୍ର

ଦେବଗଡ: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ହଟାଇବା ଏବଂ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୌରାଂଚଳର ନୀଳବେଣି ସାହିର ପ୍ରାୟତଃ ଲୋକ ଶ୍ରମିକ ଶ୍ରେଣୀର ଲୋକ ଏବଂ ମିସ୍ତ୍ରି କାମ କରି ପରିବାର ପ୍ରତିଷୋଣ କରିଥାନ୍ତି। କିଛି ବର୍ଷ ହେଲା ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଜିଲ୍ଲାରେ ବେଧଡକ ଭାବେ ପଶି ବିଭିନ୍ନ ସରକାରୀ ଓ ବେସରକାରୀ ଘର ତିଆରି କାର୍ଯ୍ୟ କରୁଛନ୍ତି। ଫଳରେ ସ୍ଥାନୀୟ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏପରିକି କାମଧନ୍ଦା ନମିଳିବାରୁ ରାଜ୍ୟ ତଥା ଜିଲ୍ଲା ବାହାରକୁ ଦାଦନ ଖଟିଯିବାକୁ ପଡୁଛି। ଏ ନେଇ ଉଚିତ ପଦକ୍ଷେପ ନେବା ସହ ବଙ୍ଗାଳୀ ମିସ୍ତ୍ରିଙ୍କ ସଠିକ ପରିଚୟପତ୍ର ଯାଂଚ କରିବା ପାଇଁ ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି। ଏ ଦିଗରେ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର