ରାୟଗଡ଼ା: ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ ମହିଳାଙ୍କୁ ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ସକ୍ଷମ ପ୍ରକଳ୍ପ ମହିଳାଙ୍କୁ ରୋଜଗାରର ପନ୍ଥା ଦେଖାଇଛି। କାରଖାନା ନିକଟରେ ବାସ କରୁଥିବା ବେରୋଜଗାରୀ ଗ୍ରାମୀଣ ମହିଳାଙ୍କୁ ଉପାର୍ଜନମୁହାଁ କରିବା ପାଇଁ ୨୦୧୫ ଫେବୃୁଆରୀରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଦ୍ବାରା ୮୭ ମହିଳା ତାଲିମପ୍ରାପ୍ତ ହୋଇ ସାରିଛନ୍ତି। ଏପରିକି କରୋନା ମହାମାରୀ ସମୟରେ ଏହି ମହିଳାମାନେ ୧ ଲକ୍ଷ ମାସ୍କ ପ୍ରସ୍ତୁତ କରିଥିବା ଜଣା ପଡିଛି। ତାଲିମପ୍ରାପ୍ତ ମହିଳାଙ୍କୁ ଟେଇଲରିଂରେ ୬ ମାସ ତାଲିମ ଦିଆଯାଇଛି। ଯାହା ପ୍ରତ୍ୟେକଙ୍କର ଆବଶ୍ୟକତା ପୂରଣ କରୁଛି। ତାଲିମ ସମୟରେ ଅଂଶ ଗ୍ରହଣକାରୀମାନେ ମୌଳିକ ମେସିନ ଚାଳନା ଏବଂ ଟପ୍ସ, କୁର୍ତ୍ତି, ଚୁଡିଦାର, ସାଲୱାର କମିଜ, ସ୍କର୍ଟ, ସାର୍ଟ, ଟ୍ରାଉଜର ଏବଂ ଆହୁରି ଅନେକ ପୋଷାକର କଟିଂ ଓ ସିଲେଇ ସମ୍ପର୍କରେ ଶିକ୍ଷାଲାଭ କରିଥିଲେ। ୟୁଏଆଇଏଲ ଏହି ମହିଳାମାନଙ୍କୁ ଅତ୍ୟାଧୁନିକ ୩୦ଟି ସିଲେଇ ମେସିନ ଯୋଗାଇ ଦେଇଛି। ଛଅ ମାସରେ ଏହି ଉତ୍ସାହୀ ମହିଳାମାନେ ପୋଷାକ ସିଲେଇ କରିବାର କଳାରେ ନିପୁଣତା ହାସଲ କରିଥିଲେ ଏବଂ ଅଧିକାଂଶ ୟୁନିଫର୍ମ ସେମାନଙ୍କ ଦ୍ୱାରା ସିଲେଇ କରାଯାଉଛି।
ସେମାନଙ୍କ ପୃଷ୍ଠ ପୋଷକମାନଙ୍କ ମଧ୍ୟରେ ଜବାହାର ନବୋଦୟ ବିଦ୍ୟାଳୟ ନବରଙ୍ଗପୁର, ମାଲକାନଗିରି, ଇଏମଆରଏସ, ନବରଙ୍ଗପୁର, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କୋରାପୁଟ, ଅଙ୍ଗନବାଡି କେନ୍ଦ୍ର ସମୂହ, ଜିଏନଏଫଏ ସ୍କୁଲ, ଟିକିରି, ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରାୟଗଡା ଆଦି ସ୍କୁଲ, ସାର୍ଟ, ମେସର୍ସ ହୀରାୱାଟ୍ସ-ବିଶାଖାପାଟଣା, ମେସର୍ସ ରାମ ଆଣ୍ଡ ସନ୍ସ ଏବଂ ଏସ ଆର ଭେଣ୍ଡର, ବିଶାଖାପାଟଣା, ବୟନିକା, ମେସର୍ସ ଲୁଡୁପାଲି ଖାଦି ଓ ସିଲ୍କ ବୟନ ସମିତି, ବରଗଡ ଆଦି ଘରୋଇ ବ୍ୟବସାୟ ସଂସ୍ଥା ପାଇଁ ପିଲାଙ୍କ ପୋଷାକ ଅନ୍ତର୍ଭୁକ୍ତ ରହିଛି। ପୋଷାକ ନିର୍ମାଣ ୟୁନିଟରେ କାମ କରୁଥିବା କାମ୍ପାର ଗ୍ରାମର ୩୬ ବର୍ଷ ବୟସ୍କା ମଧୁସ୍ମିତା ବେନିଆ କହିଛନ୍ତି ଯେ, ସଂପ୍ରତି ପ୍ରତି ମାସରେ ସେ ୧୦ ହଜାର ଟଙ୍କା ଉପାର୍ଜନ କରି ଖୁସି ଅଛନ୍ତି। ଏଥିରେ ଘର ଚଳାଇବା ବ୍ୟତୀତ ସେ ଇଞ୍ଜିନିୟରିଂ ପାଠ ପଢୁଥିବା ନିଜ ଭାଇକୁ ମଧ୍ୟ ସହାୟତା କରିପାରୁଛନ୍ତି। ପ୍ରୋକେକ୍ଟ ସକ୍ଷମରେ ନାକଟିଗୁଡା ଗ୍ରାମର ୨୨ ବର୍ଷ ବୟସ୍କା ବନିତା ମାଝୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମାସ୍କ ତିଆରି ପଛରେ ତାଙ୍କର ପ୍ରେରଣା ରହିଛି। ୟୁଏଆଇଏଲର ମୁଖ୍ୟ ମଜହର ବେଗ୍ ଡିଜାଇନର ପୋଷାକ ତିଆରି କରିବା ପାଇଁ ଆବଶ୍ୟକ ଉନ୍ନତ ଜ୍ଞାନକୌଶଳ ଶିଖିବାରେ ମହିଳାମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/RGD_Utkal-Alumina-Sakhyma-Prog-1.jpg)