ପୁରୁଣା ସ୍କୁଲ ବନ୍ଦ ନକରିବା ନେଇ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର ଦେଲେ ଶତାଧିକ ମହିଳା

ମାଲକାନଗିରି: କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ପଞ୍ଚାୟତର ଏମ୍‌ଭି‌- ୮୯ ଗ୍ରାମରେ ରହିଛି ପୁରୁଣା ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟ ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ତେବେ ଏବେ ଏହି ସ୍କୁଲରେ ପିଲା କମ୍ ଥିବା ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଥିବା ଜଣାପଡିଛି। ଏହି ଖବର ଗ୍ରାମବାସୀ ଜାଣିବା ପରେ ଏନେଇ ବ୍ଲକର ବିଇଓଙ୍କୁ ଦେଖା କଲେ ମଧ୍ୟ ସେ କିଛି କରିପାରିବେ ନାହିଁ ବୋଲି ସଫା ସଫା ମନା କରିଦେବା ପରେ ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ବନ୍ଦ ନକରିବା ପାଇଁ ଦାବି କରିଥିଲେ। ସ୍କୁଲରେ କୋଡିଏରୁ କମ୍ ପିଲା ଥିବା ନେଇ କେହି ଭୁଲ ରିପୋର୍ଟ ପ୍ରଦାନ କରିଥିବା ମହିଳାମାନେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସ୍କୁଲରେ ପ୍ରାୟ ତିରିଶି ପିଲା ରହିଥିବା ମହିଳା ମାନେ ଦାବି କରିଥିଲେ। ସରକାର ଏହି ସ୍କୁଲ ବନ୍ଦ କରିବା ପରେ ପ୍ରାୟ ୬ କିଲୋମିଟର ଦୂରରେ ଥିବା ଏମଭି-୫୫ ଗ୍ରାମର ପ୍ରାଥମିକ ସ୍କୁଲକୁ ଆମ ଗାଁର ପିଲାମାନେ ପାଠ ପଢିବାକୁ ଯିବା ପାଇଁ ନିର୍ଦେଶ ଦିଆଯାଇଛି। ଯାହା ଅସମ୍ଭବ ରହିଛି। ଛୋଟ ଛୋଟ ପିଲାମାନେ ଏତେ ଦୂର ପ୍ରତିଦିନ କିପରି ଯିବେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।

ପୁଣି ଏହି ରାସ୍ତାରେ ଏକ ବିରାଟ କେନାଲ ପଡୁଥିବା ବେଳେ ପିଲା ଏହି କେନାଲ ପାରି ହେବାକୁ ଭୟ ଲାଗୁଥିବା ମହିଳାମାନେ ପ୍ରକାଶ କରିଥିଲେ। ତୁରନ୍ତ ଏହି ପ୍ରସ୍ତାବକୁ ରଦ୍ଦ କରାଯାଇ ଆମ ଗାଁ ସ୍କୁଲକୁ ପୁନଃ ଚାଲୁ କରିବା ପାଇଁ ଦାବି କରିଥିଲେ। ଏତେ ପୁରୁଣା ସ୍କୁଲକୁ ବନ୍ଦ ହେବାକୁ କୌଣସି ପ୍ରକାରେ ଦେବୁ ନାହିଁ ବୋଲି ଗ୍ରାମବାସୀ ମଧ୍ୟ ସ୍ବର ମିଳାଇଥିଲେ। ତେବେ ଜିଲ୍ଲାପାଳ ଏନେଇ ମହିଳାମାନଙ୍କୁ କେଉଁ ପ୍ରକାର ପ୍ରତିଶ୍ରୁତି ଦେଇଛନ୍ତି ଜଣାପଡିନଥିବା ବେଳେ ପୁଣି ତଦନ୍ତ କରାଯାଇ ସ୍କୁଲ ଚାଲୁ ହେବ କି ନାହିଁ କୁହାଯିବ ପ୍ରଶାସନ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର