ଧର୍ମଗଡ: କଳାହାଣ୍ତି ଜିଲ୍ଲା ଧର୍ଗଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର-୧ରେ ଥିବା ନୟନସାଗରରେ ଜାତୀୟ ରାଜପଥ ୧୩୦ସିକୁ ଲାଗି ରହିଥିବା ସାଗରକୁ ଆଦର୍ଶ ପୋଖରୀ ଭାବେ ବିଗତ ବର୍ଷରେ ଏହି ପୋଖରୀର ପୁନରୁଦ୍ଧାର କରାଯିବ ସହ ପୋଖରୀ ସଫା କରା ଯାଇଥିଲା। ହେଲେ କେତେଦିନ ପରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହି ପୋଖରୀ ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ଏପରିକି ଆଜି ଏହି ପୋଖରୀରେ ମଲା ଗାଈ ଶବ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଉତ୍ୟକ୍ତ ହେବା ସହ ଧର୍ମଗଡରୁ ଛତିଶଗଡକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟାୟାର ଜାଳିରାସ୍ତା ଅବରୋଧ କରିଥିଲେ।

Advertisment

ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା, ଧର୍ମଗଡ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କ ସହ ଆଲୋଚନା କରି ପ୍ରତିକାର ବ୍ୟବସ୍ଥାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରିଥିଲେ। ତେବେ ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରା ଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।