ନକଲି ବିଦେଶୀ ମଦ ବିକି ମହିଳା ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପଲ୍ଲୀ ଥାନା ଅନ୍ତର୍ଗତ କାରିଛାପଲରେ ନିଜ ଘରେ ଜଣେ ମହିଳା ନକଲି ବିଦେଶୀ ମଦ ବିକ୍ରି କରୁଥିଲେ। ଏନେଇ ଖବର ପାଇଁ ଆଜି ଘରେ ଅତର୍କିତ ଚଢ଼ଉକରି ଅବକାରୀ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କର୍ମୀ କୁମ୍ଭାର।

ତାଙ୍କ ପାଖରୁ ୧୭.୨୫୦ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛନ୍ତି। କର୍ମୀ ପୂର୍ବରୁ ଧରାପଡ଼ିଥିବା ଜଣେ ଅଭିଯୁକ୍ତଠାରୁ କିଣିଥିଲେ। ଉକ୍ତ ମଦକୁ ଘରେ ଗଚ୍ଛିତ ରଖି ବିକ୍ରି କରୁଥିଲେ।

ସମ୍ବନ୍ଧିତ ଖବର