ସାଳନ୍ଦୀ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

ଭଦ୍ରକ: ଭଦ୍ରକର ସାଳନ୍ଦୀ ନଦୀର ରାଜଘାଟ ପୋଲ ଉପରୁ ଆଜି ଦିନ ପ୍ରାୟ ୧୧ଟା ବେଳେ ଜଣେ ଯୁବତୀ ନଦୀ ଗର୍ଭକୁ ଡେଇଁ ପଡି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବତୀ ଜଣକ ନଦୀକୁ ଡେଇଁ ପଡ଼ିବାପରେ ନଦୀ ସୁଅରେ ଭାସି ଯାଇଥିଲେ। ନଦୀରେ ବୁଡ଼ି ଯାଇଥିବା ଯୁବତୀଙ୍କ ପତ୍ତା ମିଳୁନଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଦିନ ତମାମ ଲାଗିଛି। କିଛି ଲୋକଙ୍କ କହିବା ଅନୁଯାୟୀ ଜନୈକ ଯୁବତୀ ବାଇପାସ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ। ବ୍ରିଜ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ ଫୋନ କରିଥିଲେ। କିଛି ସମୟ ପରେ ନଈକୁ ଡେଇଁ ପଡିଥିବା ସୂଚନା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଖବର ପାଇ ଭଦ୍ରକ ଟାଉନ ପୁଲିସ ପହଁଚିଥିବା ବେଳେ ଯୁବତୀଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

ଖବର ଲେଖା ହେବା ପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳୁ ନାହିଁ। ଯୁବତୀଙ୍କ ଘର କେଉଁଠି। ସେ କୁଆଡେ ଆସିଥିଲେ। ତାଙ୍କ ବାପାଙ୍କ ନାମ କଣ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳି ପାରିନାହିଁ। ତେବେ ଯୁବତୀ ଜଣଙ୍କ ଜଣେ କଲେଜ ପଢୁଆ ଝିଅ ବୋଲି ଜଣା ପଡ଼ିଥିବା ନେଇ ସ୍ଥାନୀୟ ଲୋକେ କହୁଛନ୍ତି। ଭଦ୍ରକ ଟାଉନ ପୁଲିସ ଏସମ୍ପର୍କରେ ଅନୁସନ୍ଧାନ ଜାରୀ ରଖିଥିବା ବେଳେ ଦମକଳ ବାହିନୀ ମଧ୍ୟ ନଦୀରେ ପଶି ଖୋଜା ଖୋଜି କରୁଛନ୍ତି।

ସମ୍ବନ୍ଧିତ ଖବର