ଗାମୁଛା ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

ରାଇରଙ୍ଗପୁର/ବାଦାମପାହାଡ: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଧାଙ୍ଗୁଡିମୁତା ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁଯାୟୀ ଧାଙ୍ଗୁଡିମୁତା ଶୁକ୍ରି ହାଟିଂର ବାବୁଲି ମହାକୁଡଙ୍କ ଝିଅ ଅନିତା ମହାକୁଡ(୨୧) ଏକ ଭଙ୍ଗା ଘରେ ଗାମୁଛା ସାହାଯ୍ୟରେ ଉରାକାଠରେ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ପଠାଇଛି। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ କେସ୍ ନଂ ୨୦/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର