ହରଭଙ୍ଗା: ଅନୁଗୁଳ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ ଗୁରୁବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ନିଜ ବାଡ଼ିପଟ କୂଅରୁ ଉଦ୍ଧାର ହେବା ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ହେଲେ ରାଜିଙ୍ଗ ଗ୍ରାମର ପବିତ୍ର ସାମଲଙ୍କ ପତ୍ନୀ ରାସେଶ୍ୱରୀ ସାମଲ (୫୫)ଙ୍କର ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ମତେ ଗୁରୁବାର ସକାଳୁ ତାଙ୍କ ପୁଅବୋହୁ ତାଙ୍କୁ ଘରେ ନ ଦେଖିବାରୁ ତାଙ୍କୁ ଗ୍ରାମର ପ୍ରତ୍ୟେକଟି ଘରେ ଯାଇ ପଚରାଉଚରା କରିଥିଲେ। ଏପରିକି ଗାଁର ପୋଖରୀ ବିଲ ହୁଡା ଆଦି ସମସ୍ତ ଜାଗାରେ ଖୋଜା ଖୋଜି କରି ପାଇନଥିଲେ। ଶେଷରେ ବହୁ ଖୋଜିଖୋଜି ପରେ ବାରିପଟରେ ଥିବା କୂଅ ଭିତରକୁ ଦେଖିବା ବେଳେ ତାଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ।
ତାଙ୍କ ପୁଅ ଏ ସମ୍ପର୍କରେ ସ୍ଥାନୀୟ ପୁରୁଣାକଟକ ଥାନାକୁ ଜଣାଇବା ପରେ ପୁରୁଣାକଟକ ପୁଲିସ ଏବଂ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ କୂଅ ଭିତରୁ ଉଦ୍ଧାର କରିଥିଲେ। ପୁରୁଣାକଟକ ପୁଲିସ ମୃତ୍ୟୁଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୋୖଦ୍ଧ ପଠାଇବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dead-body-in-well-ff.jpg)