ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ଫାଣ୍ତି ଅନ୍ତର୍ଗତ ବାସୁଦେବପୁର ଛକରେ ଆଜି ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳି ନଥିବାବେଳେ ସେ ମାନସିକ ନ୍ୟୂନ ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ଛକରେ ଗତକାଲି ରାତିରେ ମହିଳା ଜଣଙ୍କ ଚାଲିଚାଲି ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଖବର ପାଇ ଆଜି ସକାଳେ ରିମୁଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି।

ସମ୍ବନ୍ଧିତ ଖବର