ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ମଣ୍ଡଳ ପଞ୍ଚାୟତ ରାଢ଼ବାହାଲ ଗାଁରେ ବିଦ୍ୟୁତ ଆଘାତରେ ଗାଁର ମାୟାବତୀ ନାଗ (୪୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ରାଧାମୋହନ ନାଗଙ୍କ ପତ୍ନୀ ମାୟାବତୀ ଅପରାହ୍ନ ୨ଟାରେ ନୂଆଁଖାଇ ପାଇଁ ଘର ଲିପାପୋଛା କରୁଥିଲେ। ଏହି ସମୟରେ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ହୋଇଥିଲେ।
ବେଲପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ମାୟାବତୀ ତାଙ୍କ ପଛରେ ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି। ଏନେଇ ବେଲପଡ଼ା ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।