ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ରହଣୀକୁଦର ଗ୍ରାମ ନିକଟସ୍ଥ ଖଡଖାଇ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ସ୍ଥାନୀୟ ଅଁଳାଡୁବା ଗ୍ରାମର ପଦ୍ମ ବାହାଦୂରଙ୍କ ଝିଅ ରୀନା ପାତ୍ର (୨୨) । ସେ ଆଜି ସକାଳ ୯ଟା ସମୟରେ ଏକୁଟିଆ ଗାଧୋଇବା ପାଇଁ ଖଡଖାଇ ନଦୀକୁ ଯାଇଥିଲେ । ତେବେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ନଦୀକୁ ଆସି ଖୋଜିଥିଲେ । ନୀଦରେ ରୀନା ଭାସୁଥିବା ଦେଖିବାକୁ ପାଇଥିଲେ ।

Advertisment

ଏନେଇ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସରେ ରୀନାକୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏନେଇ ପୁଲିସ ଏସଆଇ ସୃଷ୍ଟି ବେହେରା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।