ଋଣଟଙ୍କା ସୁଝି ନପାରି ବିଷ ପିଇଲେ ମହିଳା

ବାରିପଦା: ଫାଇନାନ୍ସ କମ୍ପାନି କର୍ମଚାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବିଷ ପିଇଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ସ୍ଥିତ ୧୯ ନମ୍ବର ୱାର୍ଡରେ।

ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଷ୍ଟମୀ ବେହେରା ନାମକ ଜଣେ ମହିଳା ଲୋକଙ୍କୁ ଅଧିକ ଅର୍ଥ ରୋଜଗାରର ଲୋଭ ଦେଖାଇ ପ୍ରାୟ ୯୦ ଜଣ ମହିଳାଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ଜୁନ ୨୭ ତାରିଖ ଦିନ ଏକ ମାମଲା ମଧ୍ୟ ରଜ୍ଜୁ ହୋଇଛି।

ଉକ୍ତ ମହିଳାମାନେ ଗୋଟେପଟେ ଠକାମିର ଶିକାର ହେବା ସହ ଅନ୍ୟ ପଟେ ଋଣ ପାରିଶୋଧ ପାଇଁ ଫାଇନାନ୍ସ କର୍ମଚାରୀ ଗଳିଗୁଲଜ କରିବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ତେବେ ଆଜି ସକାଳୁ ଫାଇନାନ୍ସ କମାଚାରୀଙ୍କ ଋଣ ପରିଷୋଦ ପାଇଁ ଜୋରଦାର ତାଗିଦ ଯୋଗୁଁ ବୀଣା ବେହେରା ନାମକ ଜଣେ ମହିଳା ବିଷ ପିଇ ଗୁରୁତର ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତି କରାଯାଇଛି। କେବଳ ବୀଣା ନୁହନ୍ତି ଅନ୍ୟ ମହିଳାମାନେ ମଧ୍ୟ ବର୍ତମାନ ଋଣ ଟଙ୍କା ପରିଶୋଧ ପାଇଁ ଅସମର୍ଥ ।

ତେବେ ଅଷ୍ଟମୀଙ୍କୁ ଖୋଜି ବାହାର କରିବା ପାଇଁ ଉକ୍ତ ମହିଳାମାନେ ବାରମ୍ବାର ଥାନା ଦୌଡ଼ି ଦୌଡ଼ି ନିୟାନ୍ତ ହୋଇସାରିଲେଣି। ୯୦ ଜଣ ମହିଳାଙ୍କ ଜୀବନ ବାଜି ଲାଗିଥିବାରୁ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଯଥାଶୀଘ୍ର ଦୋଷୀକୁ ଗିରଫ କରିବା ସହ ଉକ୍ତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର