ଅଟୋରେ ଯାଉଥିବା ବେଳେ ଖସିପଡ଼ିଲା ବ୍ୟାଗ, ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଚଳନ୍ତା ଅଟୋରୁ ଡେଇଁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ସିରସି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ଗ୍ରାମର ଦୈମତି ଅମନାତ୍ୟ (୫୦) ସ୍ୱାମୀ ଶୋଭା ଅମନାତ୍ୟଙ୍କ ଏକ ଅଟୋ ଯୋଗେ ପାପଡାହାଣ୍ଡି ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ । ତେବେ ତଣ୍ଡାଗୁଡା ଛକ ନିକଟରେ ଦୈମତିଙ୍କ ବ୍ୟାଗ ଖସି ପଡ଼ିଥିଲା । ଏହି ସମୟରେ ଦୈମତି ଅଟୋ ଡ୍ରାଇଭରଙ୍କୁ ନ କହି ଚଳନ୍ତା ଅଟୋରୁ ଡେଇଁ ପଡିଥିଲେ ।

ଯାହାଦ୍ୱାରା ତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା । ପରେ ଅଟୋ ଡ୍ରାଇଭର ଓ ସ୍ୱାମୀ ଶୋଭା ଗୁରୁତର ଅବସ୍ଥାରେ ଦୈମତିଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର