ସୋନପୁର: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ୯ ଜଣ ଲୋକଙ୍କ ଉପରେ କାର୍ ଚଢ଼ାଇ ଫେରାର ହୋଇଥିବା ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ବଲାଙ୍ଗୀରରୁ ଧରାପଡ଼ିଛନ୍ତି। ସ୍ଥାନୀୟ ପୁଲିସ ସହାୟତାରେ ସ୍ନିଗ୍ଧାରାଣୀଙ୍କୁ ହାତୀଶାଳପଡ଼ାରୁ ସୋନପୁର ପୁଲିସ ଧରିଛି। ଏଥି ସହିତ ଗାଡ଼ିର ଚାଳକ ଅଜୟ ଜେଠୀ ମଧ୍ୟ ପୁଲିସ ନିୟନ୍ତ୍ରଣକୁ ଆସିଛି। ତରଭା ପୁଲିସ ଉଭୟଙ୍କୁ ଆଣି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଶ୍ରୀମତୀ ସ୍ନିଗ୍ଧାରାଣୀ ସୁନା ଗତକାଲି ପୁରୀ ରଥଯାତ୍ରା ଡ୍ୟୁଟି ସାରି ବଲାଙ୍ଗୀର ଫେରୁଥିଲେ। ଆଜି ଭୋର ସକାଳ ପ୍ରାୟ ୬.୧୫ ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖାରୀ ନିକଟ ବଡବାହାଲି ସ୍ବାଗତ ଢ଼ାବା ପାଖରେ ଛିଡା ହୋଇଥିବା ଗୋଟିଏ ଅଟୋକୁ ଧକ୍କା ଦେଇଥିଲେ। ସ୍ନିଗ୍ଧାଙ୍କ କାର (ଓଡ଼ି ୧୬ ଜେ ୧୩୫୫) ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ଜଣ ଆହତ ହୋଇଥିଲେ ।
/sambad/media/post_attachments/wp-content/uploads/2022/07/Untitled-12-1.png)
ଦୁର୍ଘଟଣା ପରେ କାର ଡ୍ରାଇଭର ଓ ଅନ୍ୟମାନେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ। କାରରେ ଗୋଟିଏ ପୁଲିସ ୟୁନିଫର୍ମ ମିଳିଥିଲା। ତିନି ଷ୍ଟାର ଥିବା ଏହି ୟୁନିଫର୍ମରେ ସ୍ନିଗ୍ଧାରାଣୀ ସୁନା ଇନ୍ସପେକ୍ଟର ଅପ୍ ପୁଲିସ ଲେଖାଯାଇଥିଲା। ତେଣୁ ପୁଲିସ ସହଜରେ ଅଭିଯୁକ୍ତଙ୍କୁ ଧରିପାରିଥିଲା। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ଜଣେ ପୁଲିସ କର୍ମଚାରୀ ପୀଡିତମାନଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ, ଘଟଣାସ୍ଥଳରୁ ଫେରାର ହୋଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ବାଗତ ଢ଼ାବା ନିକଟରେ ଅଟୋଟି ରାସ୍ତାକଡ଼ରେ ଅଟକି ଥିଲା ଓ ଚାଳକ ଲକ୍ଷ୍ମୀକାନ୍ତ ମିଶ୍ର ଜଣେ ସ୍ଥାନୀୟ ବ୍ୟକ୍ତି ତଥା ତାଙ୍କ ସମ୍ପର୍କୀୟ ପଙ୍କଜ ମିଶ୍ରଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଅଟୋକୁ ପିଟିଥିଲା। ଅଟୋରେ ଥିବା ସମସ୍ତ ବ୍ୟକ୍ତି ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ରାଘବପାଲିର। ସମସ୍ତେ ପନିପରିବା ଚାରା ବ୍ୟବସାୟୀ ଓ ସେମାନେ ଚାରା ବିକ୍ରି କରିବା ପାଇଁ ସୋନପୁର ବଜାରକୁ ଯାଉଥିଲେ। ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଲେ ସତ୍ୟ ପଧାନ (୪୫), ନାଡୁ ବିଶ୍ଵାଳ (୫୦) ଓ ଗୁଆବତି ନାଏକ (୪୫)। ଆହତ ବ୍ୟକ୍ତି ମାନେ ହେଲେ ରାମ ବିଶ୍ଵାଳ (୫୦), ବନୀତା ପଧାନ (୬୦), ଖେଡ ପଧାନ(୫୦), ରୂପକାନ୍ତି ନାଏକ (୪୫) ସମସ୍ତେ ରାଘବପାଲି ଗାଁ ର ବୋଲି ଜଣାପଡ଼ିଛି। ଏହା ସହ ଅଟୋ ଡ୍ରାଇଭର ଲକ୍ଷ୍ମୀକାନ୍ତ ମିଶ୍ର (୫୫) ଓ ପଙ୍କଜ ମିଶ୍ର (୬୦) ମଧ୍ୟ ଗୁରୁତର ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସୋନପୁର.jpg)