ପୁରୀ ମୁଖ୍ୟ କେନାଲକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲିଅନ୍ତା:ସ୍ଥାନୀୟ ଭୁବନପୁରସ୍ଥିତ ପୁରୀ ମୁଖ୍ୟ କେନାଲ ସାଇଫନ ନିକଟରେ ଆଜି ସକାଳେ ଜଣେ ମହିଳା ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ ସେଠାରେ ମାଛ ଧରୁଥିବା ଦୁଇଜଣ ଯୁବକ ମହିଳାଙ୍କୁ ତତକ୍ଷଣାତ ଉଦ୍ଧାର କରିବାରେ ସଫଳ ହେବାରୁ ତାଙ୍କ ଜୀବନ ରକ୍ଷା  ପାଇଯାଇଥିଲା । ପରେ ଚିକିତ୍ସା ଲାଗି ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ମହିଳାଙ୍କ ଅବସ୍ଥା ସଂପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି। ସୂଚନା ମୁତାବକ ସ୍ଥାନୀୟ ଟାଇଗର ଇଟାଭାଟିରେ କାମ କରୁଥିବା ସଂପୃକ୍ତ ଶ୍ରମଜୀବି ମହିଳା ହେଲେ ରାମ ବିନ୍ଧାଣିଙ୍କ ପତ୍ନୀ ଲକ୍ଷ୍ମୀ ବିନ୍ଧାଣି (୩୫)। ପତି ପତ୍ନୀଙ୍କ ମଧ୍ୟରେ କଳହକୁ ନେଇ ଲକ୍ଷ୍ମୀ ମାନସିକ ଭାରସାମ୍ୟ ହରାଇ କେନାଲକୁ ଡେଇଁ ପଡ଼ିଥିବା କୁହାଯାଉଛି। ଲକ୍ଷ୍ମୀ କାନ୍ଦି କାନ୍ଦି ଦୌଡ଼ି ପାଣିକୁ ଡେଇଁବା ଦେଖି ଉପସ୍ଥିତ ମାଛ ଧରାଳୀ ଯୁବକ ଦ୍ବୟ ତତକ୍ଷଣାତ ତାଙ୍କ ପଛକୁ ଡେଇଁ ଲକ୍ଷ୍ମୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ଏସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର