ଯାଜପୁର: ଜିଅନ୍ତା ଜଳିଗଲେ ଶିକ୍ଷୟିତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନରୀୟ ଘଟଣା। ମାନସିକ ଚାପଗ୍ରସ୍ତ ହୋଇ ଜଣେ ଶିକ୍ଷୟିତ୍ରୀ ଆଜି ସକାଳୁ ତାଙ୍କ ଘରେ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦବା ସହିତ ଜିଅନ୍ତା ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧର୍ମଶାଳା ଦାମୋଦରପୁର ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ସରୋଜିନୀ ଦାସ(୫୬ ବର୍ଷ) ଧର୍ମଶାଳାର ଶାନ୍ତିବଜାର କଲୋନିରେ ସପରିବାର ରୁହନ୍ତି। ତାଙ୍କ ସ୍ୱାମୀ ଚିତ୍ତରଞ୍ଜନ ମହାନ୍ତି ସାହାସପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଛନ୍ତି। ତେବେ ଗତ କିଛି ଦିନ ହେବ ନଜ ଶାରୀରିକ ଅସୁସ୍ଥତା ଯାଗୁଁ ଶିକ୍ଷୟିତ୍ରୀ ସରୋଜିନୀ ଦାସ ମାନସିକଭାବେ ଅବସାଦଗ୍ରସ୍ତ ଥିଲେ। ଆଜି ଭୋରରୁ ଘରେ ସ୍ୱାମୀ ଶ୍ରୀ ମହାନ୍ତି ଶୋଇଥିବା ବେଳେ ଅନ୍ୟ ଏକ ଘର ଭିତରେ ଦେହରେ କିରାସିନି ଢ଼ାଳି ଦେହରେ ନିଆଁ ଲଗାଇ ଦେଇଥିଲେ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ। ଶ୍ରୀମତୀ ଦାସଙ୍କ ଚିତ୍କାର ଶୁଣି ସ୍ୱାମୀ ଉଠି ନିଆଁକୁ ଲିଭାଇଲା ବେଳକୁ ଶ୍ରୀମତୀ ଦାସଙ୍କର ମୃତୁ ଘଟି ସାରିଥିଲା। ଖବରପାଇ ଧର୍ମଶାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର