ହାଟଡ଼ିହି: କେନ୍ଦୁଝର ଜିଲ୍ଲା ଛେନାପଦି-ହଦଗଡ ରାସ୍ତାର ପୁରୁଣାପାଣି ନିକଟରେ ଭାରତ ଫାଇନାନସ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସନ୍ଧ୍ୟାସୁଦ୍ଧା ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଭାରତ ଫାଇନାନସ ସଂସ୍ଥାର ଜଣେ କର୍ମଚାରୀ ଆଜିସକାଳେ କଣିଆରୀ ଗ୍ରାମକୁ ଯାଇ କିଛି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଋଣ ଆଦାୟ କରିଥିଲେ । ପରେ ସେଠାରୁ ପୁରୁଣାପାଣିର ଗୋଟିଏ ଏସଏସଜି ଗ୍ରୁପର ସଦସ୍ୟଙ୍କ ନିକଟକୁ ପାଞ୍ଚ ହଜାର ପାଞ୍ଚଶହ ଟଙ୍କା ଆଣିବାପାଇଁ ଯାଉଥିବାବେଳେ ତିନିଜଣ ଦୁର୍ବୃତ୍ତ ଏକ କଳା ପଲସର ବାଇକରେ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗଟିକୁ ଛଡାଇ ନେଇ ଚମ୍ପଟ ମାରିଥିଲେ। ବ୍ୟାଗରେ ଏକ ଲକ୍ଷ ୬୦ହଜାର ଟଙ୍କା ସହ ଗୋଟିଏ ଟାବଲେଟ ଥିବା କର୍ମଚାରୀ ଜଣକ କହିଥିଲେ ।
ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
/sambad/media/post_attachments/wp-content/uploads/2021/08/loot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)