ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଲାଲଗଡ଼ ରୂପେ ପରିଚିତ ସ୍ୱାଭିମାନ ଅଂଚଳରେ ଲୋକଙ୍କ ମଧ୍ୟରେ ଭୋଟ ଦେବାପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସ୍ୱାଭିମାନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଭୋଟ। ଲୋକେ ନିଜ ଇଛାରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି। ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ମତଦାନ କେନ୍ଦ୍ରରେ ଲାଗିଛି ଲମ୍ବା ଧାଡି। ନକ୍ସଲ ଗଡ଼ ରୂପେ ପରିଚିତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତର ମତଦାନ କେନ୍ଦ୍ରରେ ଲୋକେ ଭୋଟ ଦେବାପାଇଁ ଲମ୍ବା ଧାଡ଼ି ଲଗେଇ ଥିବା ଦେଖିବାକୁ ମିଳିଛି।