ପାରାଦୀପରେ କ୍ରୀଡ଼ାମନ୍ତ୍ରୀ; ଷ୍ଟାଡ଼ିୟମ ପାଇଁ ଜାଗା ଦେଖିଲେ

ଜଗତସିଂହପୁର: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଦିନିକିଆ ପାରାଦୀପ ଗସ୍ତରେ ଆସି ଏଠାରେ ଏକ ମିନିଷ୍ଟାଡିୟମ ନିମନ୍ତେ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ସହିତ ସ୍ଥାନୀୟ ଅଂଚଳର ଯୁବକ୍ରୀଡ଼ା ପ୍ରତିଭାମାନଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ ହେଉଛି। ପାରାଦୀପରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯିବା ସହିତ ଏଠାରେ ଫୁଟବଲ, କବାଡି, ହକି, ଭଲି ଖେଳର ପ୍ରଶିକ୍ଷଣ, ପ୍ରତିଭାବାନ ଖେଳାଳିମାନଙ୍କୁ ପ୍ରଦାନ କରାଯିବାର ଯୋଜନା ରହିଛି। ଏଥିପାଇଁ ଶ୍ରୀ ବେହେରା ପାରାଦୀପର ୪ଟି ସ୍ଥାନ ପରିଦର୍ଶନ କରିଛନ୍ତି। ସେଥିରୁ ଓଏମ୍‌ସି କାର୍ଯ୍ୟାଳୟ ନିକଟ ପଡ଼ିଆରେ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ଯୋଜନା କରାଯାଇଛି।

ଏ ନେଇ ବନ୍ଦର ଖୁବ୍‌ଶୀଘ୍ର ବନ୍ଦର ପ୍ରଶାସନ ସହ ଆଲୋଚନା କରାଯିବ। ସେହିପରି ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମତ୍ସ୍ୟଜୀବୀ ଦୀର୍ଘଦିନ ଧରି ଦାବି କରୁଥିବା ସ୍ବତନ୍ତ୍ର ଜେଟି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ବୋଟ୍ ଯୋଗେ ପାରାଦୀପ ମାଛଧରା ବନ୍ଦରରୁ ମହାନଦୀ ମୁହାଣ ପରିଦର୍ଶନ କରିଛନ୍ତି। ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ କରାଯିବା ସହିତ ସ୍ବତନ୍ତ୍ର ଜେଟି ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଅଲେଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଶେଷରେ ସେ ପାରାଦୀପ ପୌରପାଳିକା ପକ୍ଷରୁ ନିର୍ମାଣ କରାଯାଇଥିବା ବର୍ଜ୍ୟ ପରିଚାଳନା ପ୍ଲାଂଟ୍ ବୁଲି ଦେଖିଥିଲେ। ତାଙ୍କ ସହ ଅତିରିକ୍ତ ଜିଲ୍ଳାପାଳ ଡ. କାହ୍ନୁ ଚରଣ ଧୀର ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର