କାଲିମେଳାରେ ମୂଲ୍ୟବାନ ଜମି ହଡପ ଘଟଣା, ଜିଲ୍ଲାପାଳଙ୍କୁ ଭେଟିଲେ ଜମି ଦଖଲ କରିଥିବା ଭୂମିହୀନ

ମାଲକାନଗିରି: କାଲିମେଳା ସଦର ମହକୁମାରେ ମୂଲ୍ୟବାନ ଜମିକୁ କିଛି ଲୋକ ହଡପ କରିଥିବା ନେଇ ଅଭିଯୋଗ କରାଯାଇଥିଲା। ପରେ ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା।ତେବେ ସେହି ସ୍ଥାନରେ ଘର କରୁଥିବା ବ୍ୟକ୍ତିମାନେ ଆଦିବାସୀ ବୋଲି କହିବା ସହ ଆମକୁ ତହସିଲ ପକ୍ଷରୁ ପ୍ରଦାନ କରାଯାଇଥିବା ନେଇ ଦାବି କରି ଆସୁଛନ୍ତି। ଏନେଇ ଆଜି ଏକ ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ଜାଗାକୁ ଅକ୍ତିଆର କରିଥିବା ରାମ ଚନ୍ଦ୍ର ମାଢୀ, ଗଙ୍ଗା ମାଢୀ, ଦେବା ମାଢୀ, ପଦିଆ ମାଢୀ, ମୁକା ପଡିଆମୀ ସମତେ ଏହି ସ୍ଥାନରେ ଦୁଇ ଜଣ ଆତ୍ମସମର୍ପଣ କରିଥିବା ନକ୍ସଲ ସୁକଦେବ କାବାସି ଏବଂ ସୁଧିର ଗୋପେ ମଧ୍ୟ ଜାଗା ପାଇଛନ୍ତି। ଆମ ସମସ୍ତେ ଆଦିବାସୀ ବୋଲି କହିବା ସହ ହାଟପଦା ନିକଟରେ ଆମର ଜେଜେବାପାଙ୍କର ଜାଗା ଥିଲା। ତାହାକୁ ପ୍ରଶାସନ ପାର୍କ ନିର୍ମାଣ କଲା। ଆମର ନିରକ୍ଷତା ଏବଂ ଅଶିକ୍ଷିତ ଯୋଗୁଁ ଆମେମାନେ ସେହି ଜାଗାକୁ ହରାଇଛୁ। ମାଲକାନଗିରି ହେଉଛି ୫ମ ସେଡୁଲ ଅଞ୍ଚଳ। ତେଣୁ ଏହି ଅଞ୍ଚଳରେ ଆଦିବାସୀଙ୍କର ହକ ରହିଛି ବୋଲି ଦାବିରେ ଉଲ୍ଲେଖ କରାଯାଇଛି।

ଯେଉଁ ଜାଗାକୁ ଆମେ ଅକ୍ତିଆର କରିଛୁ ସେହି ଜାଗାକୁ ହାଟପଦା ଜାଗା ବଦଳରେ ଆମକୁ ତହସିଲ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ଜାଗାରେ ଆମେ ବଞ୍ଚିବାପାଇଁ ଛୋଟ ଛୋଟ ଘର କରିବା ସହ ଦୋକାନ କରି ବଞ୍ଚିବା ପାଇଁ ଯୋଜନା କରୁଛୁ। ତେବେ ଆମେ ଯଦି ଏହି ଜାଗାକୁ ଜବରଦସ୍ତ ଅକ୍ତିଆର କରିଛୁ ତେବେ କାଲିମେଳାରେ ବହୁ ଲୋକ ଏଭଳି ଜାଗାକୁ ଜବରଦସ୍ତ ଅକ୍ତିଆର କରି ରଖିଛନ୍ତି। ବଡ ବଡ କୋଠାଘରର କରିବା ସହ ଗୋଦାମଗୃହ ନିର୍ମାଣ କରିଛନ୍ତି। ଯଦି ଆମକୁ ଏଠାରୁ ହଟାଯିବ ତେବେ କାଲିମେଳା ବ୍ଲକରେ ବହୁ ଲୋକ ମୂଲ୍ୟବାନ ଜମିକୁ ଜବରଦସ୍ତ ଅକ୍ତିଆର କରି ରଖିଛନ୍ତି। ସେମାନଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି। ସେମାନେ ବହୁ ଲୋକଙ୍କ ନାମ ଉଦାହରଣ ସ୍ବରୂପ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ତେବେ ଆମକୁ ନ୍ୟାୟ ଦିଆଯାଉ ବୋଲି ଏହି ବ୍ୟକ୍ତିମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର