ଜୟପୁର: ଜୟପୁର ଏୟାରଷ୍ଟ୍ରିପ ପରିଧି ଆବଢ଼ାଖାବଢ଼ାକୁ ସଜାଡ଼ି ଏହାକୁ ଚର୍ତଭୁଜ ଆକାର କରିବା ପାଇଁ ପୁଣି ୧୦ଏକର ୨୫ସେଣ୍ଟ ଜମିର ଆବଶ୍ୟକତା ରହିଛି। ଆଜି ଏଥିପାଇଁ ଜମି ଅଧିଗ୍ରହଣ ଗ୍ରାମସଭା ଏକମ୍ବା ପଂଚାୟତ କାର୍ଯ୍ୟାଳୟରେ କରାଯିବାକୁ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ଉପଜିଲ୍ଲାପାଳ ବେଦବର ପ୍ରଧାନ ବିଞ୍ଜପ୍ତି ପ୍ରକାଶ କରିଥିଲେ। ତେବେ ଏହାକୁ ସାମୟିକ ଭାବେ ସ୍ଥଗିତ କରାଯାଇଥିବା କହିଛନ୍ତି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ।

Advertisment

ଏହି ମାସର ଶେଷ ସପ୍ତାହ ଆଡ଼କୁ ପୁଣି ବିଞପ୍ତି ପ୍ରକାଶ କରାଯାଇ ଏହି ଗ୍ରାମସଭା କରାଯିବ ବୋଲି ‌କହିଛନ୍ତି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ। ୧୬ଜଣ ହିତାଧିକାରୀଙ୍କ ଜମି ଅଧିଗ୍ରହଣ ହେବ। ଏଥିରେ ସଉରାଗୁଡା ପଟକୁ ୮ସେଣ୍ଟ ଓ ବାଙ୍କ ବିଜା ପଟକୁ ୯ଏକର ୯୫ସେଣ୍ଟ ଏଭଳି ୧୦ଏକର ୨୫ସେଣ୍ଟ ଅଧିଗ୍ରହଣ ହେବ।