ତେଜୁଛି ସିମିଳିଗୁଡା ଜମି ବିବାଦ

କୋରାପୁଟ: କୋରାପୁଟ ଜିଲ୍ଲା ସିମିଳିଗୁଡା ଜମି ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଦୁଇଦିନ ତଳେ ଭୂଦାନ ସଂଘର ସଭାପତି କୃଷ୍ଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିଥିବାବେଳେ ଆଜି ପୁଣିଥରେ ସ୍ଥାନୀୟ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବିପକ୍ଷରେ ରବୀନ ଚାନ୍ଦ ଟାକିରୀ ନାମକ କୋରାପୁଟର ଜଣେ ଯୁବକ ଶ୍ରୀ ସିଂହଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆଣି କରିଛନ୍ତି ଯେ, ଉକ୍ତ ଜମି କୌଣସି ସଂସ୍ଥାର ନୁହେଁ। ଭୂଦାନ ସହ ଜମିର କୌଣସି ନେଣଦେଣ ନାହିଁ। ଜମିକୁ ଆଇନ ମୁତାବକ ଗ୍ରାମଦାନୀ ସଂଘ ତରଫରୁ ହରି ଟାକିରୀଆ ୧୯୭୦ ମସିହା ଜୁଲାଇ ୧୨ ତାରିଖରେ ସେ ୩ ହଜାର ୮୦୦ ଟଙ୍କାରେ ତିନି ଏକର ୮ ସେଣ୍ଟଣ୍ଟ କିଣଥିଲେ।

ତାଙ୍କ ପୁଅ ମାଧବ ଟକିରୀଆ ୫୧ ବର୍ଷ ପରେ ରବୀନଙ୍କୁ ବିକ୍ରି କରିଛନ୍ତି। ତେଣୁ ଜମି ସହ ଭୂଦାନ ବା ଗ୍ରାମାଦାନୀର କୌଣସି ସମ୍ପର୍କ ନାହିଁ। କୃଷ୍ଣ ସିଂହଙ୍କ ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ। ଯଦି ପ୍ରମାଣ ଚାହୁଁଛନ୍ତିି ତେବେ ମୁଁ ଦେବାକୁ ପ୍ରସ୍ତୁତ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର