ଉମରକୋଟ: ଆଜି ୧୨ ଟା ସୁଦ୍ଧା ଶ୍ମଶାନ ପାଇଁ ଜମି ଚିହ୍ନଟ କରି ଏକ ନିଦ୍ଧିଷ୍ଟ ସଂପ୍ରଦାୟର ଲୋକଙ୍କୁ ଦିଆଯିବ ବୋଲି ପ୍ରଶାସନ ଗତକାଲି ନବରଂଗପୁର ଜିଲ୍ଲା ଉମରକୋଟ ଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯେଉଁ ସୂଚନା ପ୍ରଦାନ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା  ସଫଳ ହେଇପାରି ନାହିଁ। ପ୍ରଶାସନର ଚଡେଇଗୁଡା ଗ୍ରାମକୁ ଯିବ। ରାସ୍ତା ପାର୍ଶ୍ବରେ ଶ୍ମଶାନ ପାଇଁ ଜମି ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ଖବର ଏହି ରାସ୍ତା ନିକଟରେ ଥିବା ଭଗବତୀ ନଗରସାହିରେ ଆସି ପହଞ୍ଚିଥିଲା। ଫଳରେ ରାତି ତମାମ ସାହିବାସୀ ଉକ୍ତ ସ୍ଥାନରେ ଜଗି ରହିଲେ। ଆଜି ସନ୍ଧ୍ୟାରେ ଉକ୍ତ ସ୍ଥାନକୁ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଉମରକୋଟ ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀ, ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ପ୍ରମୁଖ ଯାଇଥିଲେ।

Advertisment

ତେବେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଏହି ୩ ଅଧିକାରୀ ଫେରି ଆସିଥିଲେ। ଉମରକୋଟ ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀ କହିଛନ୍ତି ସ୍ଥାନୀୟ ଲୋକେଙ୍କ ବିରୋଧ ଯୋଗୁଁ ଚଡେଇ ଗୁଡା ଗ୍ରାମକୁ ଜିବା ରାସ୍ଥାରେ ଜମି ଚିହ୍ନଟ ହେଇ ପାରିଲାନି। ବର୍ତ୍ତମାନ ଆଉ ଗୋଟିଏ ଜମି ଖୋଜିବାରେ ଲାଗିଛୁ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଜମି ଚିହ୍ନଟ ଆଜି ନ ହେବା ଯୋଗୁ ଆଜି ସବ ଉଠି ପାରିଲାନି।